ଗୁରୁଗୁଡା ଆଦର୍ଶ ନଗର ରେ ଧୂମଧାମ ରେ ଇଂରାଜୀ ନବ ବର୍ଷ କୁ ସ୍ୱାଗତ
ରାୟଗଡ(ଅମୁଲ୍ୟ ନିଶଙ୍କ ): ପୁରୁଣା ବର୍ଷ 2025 କୁ ବିଦାୟ କରି ନୂତନ ବର୍ଷ 2026 କୁ ସ୍ୱାଗତ ପାଇଁ ଚଳଚଞ୍ଚଳ ହୋଇଉଠିଥିଲା ପଲ୍ଲୀ ରୁ ସହର l ସେଥିରୁ କିପରି ବାଦ ପଡିଥାନ୍ତା ରାୟଗଡ ସହର l ସହର ର ଗାଳି କନ୍ଦି ରୁ ମୁଖ୍ୟ ରାସ୍ତାରେ ନୂତନ ବର୍ଷ କୁ ଅଭିନନ୍ଦନ ପାଇଁ ମାଜିଥିଲେ ଜନସାଧାରଣ l ଠିକ ସେହିପରି ସହର ଗୁରୁମୂଗୁଡା ରାସ୍ତା ର ଆଦର୍ଶ ନଗର ଦ୍ୱତୀୟ ଲାଇନ ରେ ମଧ୍ୟ୍ୟ ନୂତନ ବର୍ଷ କୁ ସ୍ୱାଗତ ପାଇଁ ସହି ର ପ୍ରାୟ 11 ଗୋଟି ପରିବାର ଲାଗିପଡ଼ିଥିଲେ l ସାହିର ଉଭୟ ପୁରୁଷ ଓ ମହିଳା ସାଙ୍ଗକୁ ଛୋଟ ଛୋଟ ପିଲାମାନେ ସାହିକୁ ରଙ୍ଗୋଲି ମାଧ୍ୟମରେ ରଙ୍ଗ ବେରଙ୍ଗ ର ଝୁଂଟି ମାନ ଅଙ୍କିଥିଲେ l ମହିଳା ଓ ଝିଅ ପିଲାଙ୍କ ନିମନ୍ତେ ଝୋଟି, ଲେମ୍ବୁଚାମଚ ଓ ମ୍ୟୁଜିକାଲ ଚୌକି ର ପ୍ରତିଯୋଗିତା ସହିତ ପୁରୁଷ ଙ୍କ ପାଇଁ କବାଡି ଖେଳ ହୋଇଥିଲା l ପ୍ରତିଯୋଗିତା ରେ ପ୍ରଥମ ଦ୍ୱତୀୟ ଓ ତୃତୀୟ ସ୍ଥାନ ପାଇଁ ଥିବା ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଉଥିଲା l ଭୋଜି ଭାତ ସହିତ ନାଚ ଗୀତ ମାଧ୍ୟମରେ ରର ପୁରୁଣା ବର୍ଷ କୁ ବିଦାୟ କରି ନୂତନ ଇଂରାଜୀ ବର୍ଷ କୁ ସ୍ୱାଗତ କରିତଲ ଘଣ୍ଟା ରେ ଘଣ୍ଟା ଓ ମିନିଟ କଣ୍ଟା 12 ବାଜିବା ସମୟରେ କେକ କାଟି ଆତସ ବାଜି ମାଧ୍ୟମରେ ରେ ନୂତନ ବର୍ଷ କୁ ସ୍ୱାଗତ କରିଥିଲେ l ଦୀର୍ଘ ତିନି ବର୍ଷ ଧରି ଏହି ଆଦର୍ଶ ନଗର ତୃତୀୟ ଲାଇନ ରେ ଦୀର୍ଘ ତିନି ବର୍ଷ ଧରି ଏହି କାର୍ଯ୍ୟକ୍ରମ ଚାଲିଆସୁଥିବା ର କଥା ଆଇନଜୀବୀ ତୁରୁକୁ ବାବୁ କହିଛନ୍ତି l ଏହି କାର୍ଯ୍ୟକ୍ରମ ଆୟୋଜକ ସମାଜ ସେବି ଲକ୍ଷ୍ମୀ ମୋହନ ପଟ୍ଟନାୟକ କହିଛନ୍ତି ଜେ ବର୍ଷ କୁ ଥରେ ଏହି ଲାଇନ ର ସମସ୍ତ ପରିବାର ଏକତ୍ରିତ ହୋଇ ଅତି ଆଡମ୍ବର ସହକାରେ ଏହି କାର୍ଯ୍ୟକ୍ରମ କରିଆସୁଛୁ ଯୋଦ୍ୱାରା ଆମ ମସନ ଙ୍କ ମଧ୍ୟରେ ଏକତା ବାନ୍ଧି ହୋଇ ରହିଛି l ଉଭୟ ପୁରୁଷ ଓ ମହିଳା ମାନେ ଗୀତ ର ତାଳେ ତାଳେ ନାଚିବାର ଦେଖିବାକୁ ମିଳିଥିଲା ନୂତନ ବର୍ଷ 2026 ରାୟଗଡ ବାସୀ ତଥା ସମଗ୍ର ଜନସାଧାରଣ ଙ୍କୁ ଜଗତ ର ନାଥ ଜଗନ୍ନାଥ ଘଣ୍ଟ ଘୋଡାଇ ରଖି ମଙ୍ଗଳ କରନ୍ତୁବୋଲି ଲକ୍ଷ୍ମୀ ମୋହନ ଭଗବାନ ଙ୍କ ଠାରେ ପ୍ରାର୍ଥନା କରିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

