ରାୟଗଡଜ଼ିଲ୍ଲା ବିଜେଡି ସଭାପତି ନିଯୁକ୍ତି ର ୧୧୪ ଦିନ ପରେ ସଭାପତି ଙ୍କ ପ୍ରଥମ କାର୍ଯ୍ୟକ୍ରମ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳିତ ହେବାକୁ ଯାଉଛି

ରାୟଗଡଜ଼ିଲ୍ଲା ବିଜେଡି ସଭାପତି ନିଯୁକ୍ତି ର ୧୧୪ ଦିନ ପରେ ସଭାପତି ଙ୍କ ପ୍ରଥମ କାର୍ଯ୍ୟକ୍ରମ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳିତ ହେବାକୁ ଯାଉଛି

ରାୟଗଡଜ଼ିଲ୍ଲା ବିଜେଡି ସଭାପତି ନିଯୁକ୍ତି ର ୧୧୪ ଦିନ ପରେ ସଭାପତି ଙ୍କ ପ୍ରଥମ କାର୍ଯ୍ୟକ୍ରମ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳିତ ହେବାକୁ ଯାଉଛି

ରାୟଗଡ(ଅମୁଲ୍ୟ ନିଶଙ୍କ ): ଡିସେମ୍ବର ୨୬ ତାରିଖରେ ଓଡ଼ିଶାବାସୀ ଓ ଓଡ଼ିଆଙ୍କ ପ୍ରିୟ ଆଞ୍ଚଳିକ ରାଜନୈତିକ ଦଳ ବିଜୁ ଜନତା ଦଳ ତାର ୨୮ ବର୍ଷ ପୂରଣ କରି ୨୯ବର୍ଷରେ ପଦାର୍ପଣ କରୁଛି । ବିଗତ ୨୮ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାପର ଭାବେ ଜନଗଣଙ୍କ ପାଇଁ ନିରବଚ୍ଛିନ୍ନ କାର୍ଯ୍ୟ କରିଆସୁଛି । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶରେ ନବୀନ ବାବୁଙ୍କ ନେତୃତ୍ୱରେ ଓଡ଼ିଶାର ସବୁ କ୍ଷେତ୍ରରେ ଏବଂ ସବୁ ବର୍ଗର ଲୋକମାନଙ୍କ ବିକାଶ ପାଇଁ ବିଜେଡ଼ିର ପ୍ରତିବଦ୍ଧତା ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ, ଶୁଭେଚ୍ଛା ପାଇ ଦୀର୍ଘ ୨୪ ବର୍ଷ ଧରି ସାଶନ କୁ ଜାବୁଡି ଧରିଥିଲା । ଦଳର କର୍ମକର୍ତ୍ତା, ଜନପ୍ରତିନିଧି, ଗାଁରୁ ସହର ତଥା ବସ୍ତି ପର୍ଯ୍ୟନ୍ତ ଲୋକ ମାନଙ୍କର ସେବାରେ ନିୟୋଜିତ କର୍ମୀ, ଆଗୁଆ ସାଥି ମାନଙ୍କ ନିଷ୍ଠା ଓ ମନୋଭାବ ଆଜି ବିଜୁ ଜନତା ଦଳକୁ ଲୋକଙ୍କ ନିକଟତର କରିଆସୁଥିଲେ କିନ୍ତୁ ବିଜେଡି ସରକାର ସାଶନ ଗାଦି ରୁ ଚାଲିଯିବା ର ମାତ୍ର ୧୮ ମାସ ମଧ୍ୟରେ ବିଜେଡି ଦଳ ମଧ୍ୟ୍ୟ ରେ ଅଶାନ୍ତି ର ଝଡ଼ ଲାଗିରହିଛି ଏହି ଝଡ଼ ରେ ଦଳ ଖଣ୍ଡ ବିଖଣ୍ଡିତ ହେବାକୁ ଯାଉଛି ବୋଲି ସର୍ବସାଧାରଣ ରେ ଆଲୋଚନା ମାନ ଚାଲିଛି l

ଓଡିଶା ରେ ବିଜେଡି ଦଳ ଏକ ନମ୍ବର ରେ ରହି ସାଶନ କରିଆସୁଥିଲା କିନ୍ତୁ ଗତ ୨୦୨୪ନିର୍ବାଚନ ରେ ଦୁଇ ନମ୍ବର କୁ ଆସିଥିଲା ପରେ ୨୦୨୫ ନୂଆପୋଡ଼ା ଉପନିର୍ବାଚନ ରେ ଦଳ ଏକ ନମ୍ବର ରୁ ତିନି ନମ୍ବର କୁ ଆସିଗଲା ଏଥିପାଇଁ କିଏ ଦାଈ ତାହା ଦଳ ପାଇଁ ବଡ଼ ଚିନ୍ତା ଜନକ ବିଷୟ l ଇତି ମଧ୍ୟରେ ଦଳ ରୁ ବହୁ ନେତା ଦଳ ଛାଡି ଚାଲିଗଲେ ମଧ୍ୟ୍ୟ ବିଜେଡି ଦଳ ରେ ଆଜି ମଧ୍ୟ୍ୟ ପାଣ୍ଡିୟାନ ଙ୍କ ସପକ୍ଷ ଓ ବିପକ୍ଷ ବାଦୀ ଙ୍କ ମଧ୍ୟରେ ବାକ ବିତର୍କ ଓ ବୟାନ ବାଜି ଚାଲୁ ରହିଥିବା ର ଦେଖିବକୁ ମିଳୁଛି l ଠିକ ସେହିପରି ରାୟଗଡ ଜ଼ିଲ୍ଲା ବିଜେଡି ଦଳ ରେ ଗୋଷ୍ଠି ବିବାଦ ଯେପରି ଭାବେ ଦୀର୍ଘ ୪ ବର୍ଷ ଧରି ଚାଲିଆସୁଥିଲା ସେଥିପାଇଁ ଜ଼ିଲ୍ଲା ର ତିନିଗୋଟି ବିଧାନସଭା ଆସନ ବିଜେଡି ହାତରୁ କଂଗ୍ରେସ କୁ ଚାଲିଗଲା l ଜ଼ିଲ୍ଲା ରେ ନିର୍ବାଚନ ର ପରାଜୟ ପାଇଁ ଉଭୟ ଗୋଷ୍ଠି ଉଭୟ କୁ ଆଙ୍ଗୁଳି ଦେଖାଇବା ରେ ଲାଗିଲେ l ଇତିମଧ୍ୟରେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ରାୟଗଡ ଜ଼ିଲ୍ଲା ବିଜେଡି ସଭାପତି ଭାବେ ଜ୍ଜଗନ୍ନାଥ ସାରକା ଙ୍କୁ ସେପ୍ଟେମ୍ବର ୪ ତାରିଖ ରେ ନିଯୁକ୍ତି ଦେବା ପରେ ବିଜେଡି ଦଳ ରୁ ଏନ ଭାସ୍କର ରାଓ, ଲାଳବିହାରୀ ହିମରିକା, ଗଙ୍ଗା ଧର ପୁଆଲା ଙ୍କ ସମତେ ବହୁ କର୍ମୀ ଦଳ ଛାଡି ଚାଲିଗଲେ l ସାରକା ସଭାପତି ଦାୟିତ୍ୱ ନେବା ପରେ ହୋଟେଲ କୈଳାଶ ରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଦଳ କୁ ମଜବୁତ କରିବା ପାଇଁ ସେପ୍ଟେମ୍ବର ମାସ ୧୯, ୨୦ ଓ ୨୧ ରେ ରାୟଗଡ, ବିଷମକଟକ ଓ ଗୁଣୁପୁର ଠାରେ ଏକ ବିରାଟ ସଭା ର କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କହିଥିଲେ କିନ୍ତୁ ସଭା ହୋଇପାରିଲା ନାହିଁ l

ସଭାପତି ଦାୟିତ୍ୱ ନେବାର ୧୧୪ ଦିନ ବିତିଯାଇଥିଲେ ମଧ୍ୟ୍ୟ ଦଳ ରବିଭିନ୍ନ ବିଭାଗ ର ସାଙ୍ଗଠାନିକ ପଦ ପଦବୀ ବ୍ଲକ ଠାରୁ ଆରମ୍ଭ କରି ଜ଼ିଲ୍ଲା ପର୍ଯ୍ୟନ୍ତ ପୂରଣ କରିପାରିନାହାନ୍ତି କି କୌଣସି ଅଞ୍ଚଳ କୁ ଯାଇ ଦଳ ର ପୁରୁଣା କର୍ମକର୍ତା ଙ୍କ ସହିତ ଆଲୋଚନା କରୁନାହାନ୍ତି ବୋଲି ଦଳୀୟ କର୍ମୀ ମାନେ ଆଲୋଚନା କରୁଥିବା ର ଶୁଣିବାକୁ ମିଳୁଛି l ଇତି ମଧ୍ୟ୍ୟ ରେ ରାୟଗଡ ଜ଼ିଲ୍ଲା ରେ ବିଜେଡି ଦଳ ର ୨୯ ତମ ପ୍ରତିଷ୍ଠା ଦିବସ ପାଳନ କରି ଜ଼ିଲ୍ଲା ସଭାପତି ଜ଼ିଲ୍ଲା ବିଜେଡି କୁ କେଉଁ ଦିଗ କୁ ନେଉଛନ୍ତି ତାହା ଆଗାମୀ ଦିନ ରେ ଦେଖିବାକୁ ବାକିରହିଲା lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ