ରାହାଗିରିରେ ଝୁମିଲା ପାରଳାଖେମୁଣ୍ଡି ସହର
ଗଜପତି,୧୧.୧(ମନୋଜ ପାଢ଼ୀ) – ପାରଳା ମହାରାଜାଙ୍କ ରାଜ ଉଆସ ସମ୍ମୁଖ ରାଜଦାଣ୍ଡରେ ପାରଳାଖେମୁଣ୍ଡି ପୈର ପରିଷଦ ପକ୍ଷରୁ ଆୟୋଜିତ ହୋଇଥିଲା ରାହା ଗିରି କାର୍ଯ୍ୟକ୍ରମ। ଆଜି ସକାଳୁ ସକାଳୁ ରାଜଦାଣ୍ଡର ପାଦେ ପାଦେ ପାରଳା ମାଟିର କଳା ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନ। ପାଇକ ଆଖଡ଼ାର ଖଣ୍ଡା ସାଧନ, ଠେଙ୍ଗା ବୁଲା, ବକ୍ସିଂ, ଟାଇକୋଣ୍ଟ ,,କରାଟେ, ସାଙ୍ଗକୁ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ଯୋଗାଭ୍ୟାସ ପ୍ରଦର୍ଶନ ସହ ଆଦିବାସୀ ପାରମ୍ପରିକ ବାଦ୍ୟର ତାଳେତାଳେ ନାଚି ଉଠିଲେ ଲୋକେ, ମହିଳାମାନଙ୍କ ସୁନ୍ଦର ଝୋଟି ଆକୃତି ସାରା ରାଜଦାଣ୍ଡକୁ ଆକର୍ଷିତ କରିଥିଲା। ସ୍ଥାନେ ସ୍ଥାନେ ଆୟୋଜିତ ଷ୍ଟେଜରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ, ସମ୍ବଲପୁରୀ ନୃତ୍ୟ, ଗୀତ ପରିବେଷଣ ସହ ଆଧୁନିକ ମନୋରଞ୍ଜନ କାର୍ଯ୍ୟକ୍ରମଗୁଡ଼ିକ ସମସ୍ତଙ୍କୁ ଉତ୍ସାହିତ କରିଥିଲା।
ସ୍ଥାନୀୟ ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ, ପୈର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୋନାଗା, ଉପଜିଲ୍ଲାପାଳ ଅନୁପ ପଣ୍ଡା, ଆଦିବାସୀ ଉନ୍ନୟନ ଅଧିକାରୀ ଅଂଶୁମାନ ମହାପାତ୍ର , ତହସିଲଦାର ନାରାୟଣ ବେହେରା ପ୍ରମୁଖ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଏଥିରେ ସାମିଲ ହୋଇ ଲୋକଙ୍କୁ ଉତ୍ସାହିତ କରିଥିଲେ। ଆସନ୍ତା ୧୮ ରୁ ୨୨ ପର୍ଯ୍ୟନ୍ତ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ଗଜପତି ଉତ୍ସବରେ ଅଧିକରୁ ଅଧିକ ସଂଖ୍ୟକ ଜନସାଧାରଣ ସାମିଲ ହେବାକୁ ଏହି ରାହା ଗିରି କାର୍ଯ୍ୟକ୍ରମ ମାଧ୍ୟମରେ ଆହ୍ବାନ ଦେଇଛନ୍ତି ପାରଳାଖେମୁଣ୍ଡି ବିଧାୟକ, ଜିଲ୍ଲା ପ୍ରଶାସନ ଓ କଳା ମାନେ।
