ରାସ୍ତା ପାଇଁ ଗଡ଼ୁନି ସରକାରୀ ବସ ,ଚାରଟି ପଞ୍ଚାୟତ ବାସି ହନ୍ତସନ୍ତ ।
ଗଜପତି -(ମନୋଜ ପାଢୀ) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଓ କାଶୀନଗର ବ୍ଲକ କୁ ସଂଯଗ କରୁଥିବା ହାଡୁଭଙ୍ଗୀ ଠାରୁ ଗାଇବା ଗୁମ୍ମା ରାସ୍ତା ଏବେ ମରଣଯନ୍ତା ପାଲଟିଛି ସରକାର ଜନସାଧାରଣଙ୍କ ସର୍ବାଙ୍ଗୀନ ଉନତୀ ପାଇଁ ବିଭିନ୍ନ ଯୋଜନା ମାନ କରି କୋଟି କୋଟି ଟଙ୍କା ବ୍ୟୟ ମଞ୍ଜୁର କରୁଛନ୍ତି। ବିଶେଷ କରି ଗମନାଗମନ ଓ ପରିବହନ କୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି। କିନ୍ତୁ ହାଡୁଭାଙ୍ଗି ଓ ଗୁମ୍ମାକୁ ସଂଯୋଗ କରୁଥିବା ୨୫କିମି ରାସ୍ତା ମରଣ ଯନ୍ତା ପାଲଟିଛି ଗତ ବର୍ଷ ଏହି ରାସ୍ତା ମରାମତି କରାଯାଇଛି ସତ କିନ୍ତୁ ଏକ ବର୍ଷ ମଧ୍ୟ ସେହି ରାସ୍ତା ରହିଲା ନାହିଁ ଗୋଟିଏ ବର୍ଷା ରେ ସବୁ ଭାସିଗଲା । ଏହି ରାସ୍ତା ପର୍ତ୍ତୃ ବିଭାଗ ଅଧୀନରେ ରହିଅଛି। ଗତବର୍ଷ ଏହି ରାସ୍ତା ମରାମତି କରିବାପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରିଛନ୍ତି ହେଲେ ନିମ୍ନମାନର କାମ ଯୋଗୁଁ ଗୋଟିଏ ବର୍ଷ ମଧ୍ୟ ରାସ୍ତା ତିଷ୍ଠି ରହିଲା ନାହିଁ । ଏଠି ଠିକାଦାର ଙ୍କ ତ୍ରୁଟି ନା ବିଭାଗୀୟ ଯନ୍ତ୍ତିଙ୍କ ତ୍ରୁଟି ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ରାସ୍ତାରେ ବଡ ବଡ ଖାଲ ହୋଇଥିବା ହେତୁ ମୁଖ୍ୟମନ୍ତ୍ରୀ ବସ ମଧ୍ୟ ଆଜକୁ 10 ହେଲା ଯାଇପାରୁନାହିଁ ଯାହା ଫଳରେ ଗାଇବା, ପରିଡ଼ା, ବାଇଝାଲ ଓ ବୃଷବ ପଞ୍ଚାୟତ ର ଜନସାଧାରଣ ଗୁମ୍ମା ବ୍ଲକକୁ ଆବଶ୍ୟକ କାର୍ଯ୍ୟ ଥିଲେ ମଧ୍ୟ ଯାଇପାରୁନାହାନ୍ତି। ମୁଖ୍ୟ ତ ଗାଇବା, ବାଇଝାଲ, ଵୃଷବ ଓ ପରିଡ଼ା ଏହି ଚାରଟି ଗମନା ଗମନ ର କୌଣସି ପ୍ରକାର ସୁବିଧା ନାହିଁ ଗୋଟିଏ ସରକାରୀ ବସ ଆଉ ଗୋଟିଏ ବେସରକାରୀ ବସ ଚାଲୁଛି ଫଳରେ ସ୍କୁଲ କୁ ପାଠ ପଡ଼େଇବା ବା ପାଇଁ ଆସୁଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ଗଣଙ୍କୁ ମଧ୍ୟ ଅଧିକ ସମସ୍ୟା ର ସମୁଖୀନ କରିବାକୁ ପଡ଼ୁଛି ଶିକ୍ଷକ ଓ ଶିକ୍ଷୟତ୍ରୀ ଗଣଙ୍କୁ ସକାଳୁ ଆସିଲେ ସନ୍ଧ୍ୟାରେ ଯିବା ବେଳେ କଷ୍ଟ ହଉଛି ସରକାରୀ ବସ ସମ୍ପକରେ ଗୁମ୍ମା ଓଏସଆରଟି ସି ସୁପରଭାଇଜର କୁ ପଚାରିବାରେ ଗୁମ୍ମା ଗାଇବା ରାସ୍ତା ଅତ୍ୟନ୍ତ ଖରାପ ହୋଇଥିବା ଯୋଗୁଁ ଗାଡି ବାରମ୍ବାର ଖରାପ ହୋଇଯାଉଛି ସେଥିପାଇଁ ଗାଡି ଯାଉନଥିବା ପ୍ରକାଶ କରିଛନ୍ତି। ହେଲେ ପର୍ତ୍ତୃ ବିଭାଗର ମୁଖ୍ୟଙ୍କୁ ଏସମ୍ପର୍କରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ଦେଇନଥବା ଅଭିଯୋଗ ଆସିଛି । ତେଣୁ ତୁରନ୍ତ ଏହି ରାସ୍ତାର ପୁନରନିର୍ମାଣ କରିବା ପାଇଁ ସରପଞ୍ଚ ତିଷ୍ଣ ଭୂୟାଁ,ସରପଞ୍ଚ ନାହୁମ ଗମାଙ୍ଗ, ଓ ବୁଲୁ ରଇତ, ବାସନ୍ତୀ ପାଣି ଓ ଅଜିତ ବେବାର୍ତ୍ତା, ଲୁଲୁ ଲିମା, ସୁରେ ପୂଜାରୀ, ମାନୁଏଲ ମାଛ ଅଭିଯୋଗ କରିଛନ୍ତି ।
