ରାସ୍ତା କଡରେ ମାଛ ମାଂସ ଦୋକାନ କିନ୍ତୁ ପ୍ରଶାସନ ଚୁପ,ଦାଇତ୍ଵ ଅଧିକାରୀ ନିରବ ।
ଗଜପତି,(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ବିଭିନ୍ନ ଛକ ଓ ସାହି କଳି କନ୍ଦିରେ , ବସ୍ ଷ୍ଟାଣ୍ଡ ଅଳ୍ପ ଦୂରରେ ସର୍ବସାଧାରଣ ସମ୍ମୁଖରେ ମାଛ ମାଂସ ବିକ୍ରି କରାଯାଉଛି। ମାଛ, ମାଂସ, ବିକ୍ରି କରିବା ଠିକ୍ କିନ୍ତୁ ରାସ୍ତାକଡ଼ରେ ବିକ୍ରି କରିବା ସାଧାରଣରେ ନାପସନ୍ଦ କରାଯାଉଛି। ସରକାରୀ ନିୟମ ଅନୁସାରେ ସାର୍ବଜନୀନ ସ୍ଥାନରେ ମାଛ ମାଂସ ବିକ୍ରି କରିବା ଉଚିତ ନୁହେଁ। କିନ୍ତୁ ଏଠାରେ ନିୟମ ଉଲ୍ଲଂଘନ କରାଯାଉଛି। ତଥାପି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି।ଏହି ମାଛ ମାଂସ ଦୋକାନ ପ୍ରତ୍ୟେକ ଦିନ ସର୍ବସାଧାରଣ ସମ୍ମୁଖରେ ଜୀବହତ୍ୟା କରାଯାଉଛି। ମୁଖ୍ୟ ରାସ୍ତାରେ କରାଯିବା ସହ ପ୍ରବଳ ଦୁର୍ଗନ୍ଧ ହେଉଛି। ସହରରେ ବୁଦ୍ଧିଜୀବୀ କହୁଛନ୍ତି ମୁଖ୍ୟ ରାସ୍ତାରେ ଥିବା ମାଛ, ମାଂସ ଦୋକାନ ଗୋଡ଼ିକ ଯୋଗୁଁ ଯିବାଆସିବା କଷ୍ଟକର ହୋଇପଡୁଛି। ମାଛ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ନାହିଁ କିନ୍ତୁ ସର୍ବଜନୀନ ସ୍ଥାନରେ ବିକ୍ରି ଠିକ୍ ନୁହେଁ। ରାସ୍ତାରେ ଯିବାଆସିବା କରୁଥିବା ଛାତ୍ରଛାତ୍ରୀ ଓ ଦୁର୍ବଳ ହୃଦୟ ଲୋକ, ବୃଦ୍ଧା ଲୋକଙ୍କୁ କଷ୍ଟ ଅନୁମେୟ । ଦେଶରେ ମାଛ ମାଂସ ଦୋକାନ ଖୋଲିବ ନିୟମ ପାଇଁ ଆଇନ ରହିଛି। ସେହିପରି ମାଛ ମାଂସ ଦୋକାନ ଖୋଲିବ ପାଇଁ ମଧ୍ୟ ଆଇନ ୨୦୦୧ ଅନୁସାରେ ଦୋକାନ ଖୋଲିବ ପାଇଁ ପ୍ରାଣୀ ଚିକିତ୍ସା ବିଭାଗର ପ୍ରମାଣ ପତ୍ର ଲୋଡ଼ା। ସେହିଭଳି ଉପଯୁକ୍ତ ପରିମଳ ବ୍ୟବସ୍ଥା ବଜାଇ ରଖିବା ବାଧ୍ୟତାମୂଳକ କରାଯାଇଛି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ପୈରପରିଷଦ ଅନୁସାରେ ସମସ୍ତ ମାଛ ମାଂସ ଦୋକାନ ପାଇଁ ଲାଇସେନ୍ସ ନେବା ଓ ସ୍ବଛତା ବଜାଇ ରଖିବା ସହ ସରକାରଙ୍କ ନିୟମାବଳୀ ଅନୁସାରେ ଅବୈଧ ଓ ଅସ୍ଵଚ୍ଛ ଦୋକାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ ବୋଲି ପୈରପରିଷଦ ନିର୍ବାହ ଅଧିକାରୀ କହିଛନ୍ତି। ମାଛ ମାଂସ ବଜାର ପାଇଁ ସ୍ବତନ୍ତ୍ର ବଜାର ଥାଇ ମଧ୍ୟ ସର୍ବଜନୀନ ସ୍ଥାନରେ ବିକ୍ରି କରିବାକୁ ବାରଣ କରାଯାଇଛି। ସ୍ବତନ୍ତ୍ର ବଜାର ଥିବା ସ୍ବତ୍ତେ ପାରଳାଖେମୁଣ୍ଡି ବିଭିନ୍ନ ଛକ ଓ ଗଳି କନ୍ଦିରେ ବିକ୍ରି କରାଯାଉଛି। ଅନେକ ମାଛ ମାଂସ ଦୋକାନର ଲାଇସେନ୍ସ କି ସ୍ବାସ୍ଥ୍ୟ ବିଭାଗ ତରଫରୁ କୈାଣସି ତଦାରଖ ହେଉନାହିଁ।
ଆଜି କୁ ଦୀଘ ୧୧ ବର୍ଷ ହୋଲାଣ ସ୍ଥାଇ ସ୍ୱାସ୍ଥ୍ୟ ଅଧିକାର ନିଯୁକ୍ତି ନାହାନ୍ତି ସେଥି ପାଇଁ ସମସ୍ତ ମାଛ ମାଂସ ଦୋକାନ ଗୋଡ଼ିକ ଅସ୍ଵଚ୍ଛ ପରିବେଶ ତୁଲାଉଛନ୍ତି। ସମସ୍ତ ମଇଳା ନାଳରେ ପକାଇ ଦେଉଥିବାରୁ ଆସିବା ରାସ୍ତାରେ ଦୁର୍ଗନ୍ଧ ହେଉଥିବାରୁ ଯିବାଆସିବା କଷ୍ଟକର ହୋଇପଡୁଛି। ଏନେଇ ରାସ୍ତା କଡ଼ରେ ଥିବା ମାଛ ମାଂସ ଦୋକାନର ଲାଇସେନ୍ସ ଅଛିକି ନାହିଁ କେଉଁ ଦୋକାନର ସ୍ଥିତି କଣ ତାହା ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବର ଉଚିତ ବୋଲି ବୃଦ୍ଧି ଜୀବି ମହଲରେ ଦାବି ହେଉଛି ।
