ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ଲକ ସ୍ତରୀୟ ବନ୍ଦେ ମାତରମ୍ ସାମୁହିକ ଗାନ

ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ଲକ ସ୍ତରୀୟ ବନ୍ଦେ ମାତରମ୍ ସାମୁହିକ ଗାନ

ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ଲକ ସ୍ତରୀୟ ବନ୍ଦେ ମାତରମ୍ ସାମୁହିକ ଗାନ

ରାୟଗଡ( ସ୍ୱ ପ୍ର )ରାଷ୍ଟ୍ର ଗୀତ ବନ୍ଦେ ମାତରମ ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ଲକ ସ୍ତରୀୟ ସାମୁହିକ ଗାନ ରାମନାଗୁଡ଼ା ମିନି ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି ସାମୁହିକ ଗାନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ,ବ୍ଲକ କୃଷି ଅଧିକାରୀ ବିଭୂତି ଭୂଷଣ ବିଷୋୟୀ,ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ କୃଷ୍ଣାନନ୍ଦ ବେହେରା ,ଉପାଧ୍ୟକ୍ଷ ଜାନକୀ ନିମାଲା,ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ ପ୍ରମୁଖ ମଞ୍ଚାସିନ ଥିଲେ।ପ୍ରଥମେ ଅତିଥି ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଉପସ୍ଥିତ ବିଭିନ୍ନ ବିଦ୍ୟାଳୟ ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତ ସରକାରୀ ବିଭାଗ ଅଧିକାରୀ,ଅଙ୍ଗନବାଡ଼ି କର୍ମୀ ,ସ୍ଵଂୟ ସହାୟକ ଗୋଷ୍ଠୀ ସଦସ୍ୟା,ସମସ୍ତ ସରପଞ୍ଚ,ସମିତି ସଭ୍ୟ,ଗଣମାଧ୍ୟମ ପ୍ରତିନିଧି, ଏମ୍ୱିକେ ସିଆରପିଓ ସ୍ଥାନୀୟ ଜନ ସାଧାରଣ ଙ୍କ ଉପସ୍ଥିତି ରେ ସାମୁହିକ ଗାନ କରାଯାଇଥିଲା।

ଏହି ଅବସରରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ଏହା ପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଦେଶାତ୍ମବୋଧକ ସଙ୍ଗୀତ ରେ ନୃତ୍ୟ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମ ପରିଚାଳନା ରେ ବିପିସି ସନ୍ତୋଷ ରତ୍ନାଲୁ ,ସାମାଜିକ ସୁରକ୍ଷା ଅଧିକାରୀ ଥୋମାସ ତାଣ୍ଡାସୀ,ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁସ୍ମିତା ରଥ,ସହକାରୀ ଯନ୍ତ୍ରୀ ଦୀପ୍ତି ରାଣୀ ମୁନି ,ବି କ୍ଷୀରୋଦ ,ରମେଶ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।ଶିକ୍ଷକ ଅଶ୍ଵିନୀ ତ୍ରିପାଠୀ ଓ ଅକ୍ଷୟ କୁମାର ପଣ୍ଡା ମଞ୍ଚ ସଂଯୋଜନା କରିଥିଲେ।ଶେଷରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ