ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗଜପତି,୮.୪(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୁଲ୍ୟରେ ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ପଦଯାତ୍ରା କାର୍ଯ୍ୟକ୍ରମ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ବର୍ଷ ଜନ୍ମ ଶତବାର୍ଷିକୀ ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ଏକତା ପଦଯାତ୍ରା ସ୍ଥାନୀୟ ମହାରାଜାଙ୍କ ପ୍ୟାଲେସ ଠାରୁ ବାହାରି ସହର ପରିକ୍ରମା ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ।ଏହାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।ଏଥିରେ ୫୦୦ ରୁ ଉର୍ଦ୍ଧ୍ବ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ସାମିଲ ଥିଲେ ।ପରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଝୀ କହିଥିଲେ ଯେ , ଏକତାରେ ବିବିଧତା ସେହି ମହାନ୍ ପୁରୁଷଙ୍କୁ ଆମେ ମନେ ପକାଇ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।

ସମସ୍ତେ ଏକତ୍ରିତ ହୋଇ ତଥା ଏକତାର ସୂତ୍ରରେ ବାନ୍ଧି ହୋଇ ସଦଭାବନା ସମସ୍ତଙ୍କ ଭିତରେ ରହୁ ଏବଂ ଏକ ଭଲ ରାଷ୍ଟ୍ର ଗଠନ କରିବା ପାଇଁ ଏହା ହେଉଛି ସମସ୍ତଙ୍କ ପାଇଁ ଏକ ବାଣୀ ଓ ଆହ୍ବାନ ବୋଲି କହିଥିଲେ ।ଏହି ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ତ୍ରିନାଥ ସାହୁ ଏବଂ ଜାତୀୟ ସ୍ତରର କ୍ରୀଡାବିତ୍ ଶ୍ରୀ କିଶୋର ରଥ ଓ ଅନ୍ୟାନ୍ୟ ଅଧିକାରୀ ମାନେ ସାମିଲ ଥିଲେ ।