ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅଧୀନରେ ସଫଳ ପରିଦର୍ଶନ l

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅଧୀନରେ ସଫଳ ପରିଦର୍ଶନ l

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅଧୀନରେ ସଫଳ ପରିଦର୍ଶନ l

ଗଜପତି ୧୫.୩(ମନୋଜ ପାଢ଼ୀ)-:ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅଧୀନରେ ଏକ ଅଧ୍ୟୟନ ଭ୍ରମଣରେ ୩୬୦ ଜଣ ଛାତ୍ରଛାତ୍ରୀ ଓ ୩୦ ଜଣ ଅଧିକାରୀ ଦଳ ସେଞ୍ଚୁରିଆନ ୟୁନିଭରସିଟି ଅଫ ଟେକ୍ନୋଲୋଜି ଏଣ୍ଡ ମ୍ୟାନେଜେମେଣ୍ଟ ର ସୀତାପୁର କ୍ୟାମ୍ପସ କୁ ଯାଇଥିଲେ। ଏହାକୁ ଗଜପତି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିଲା।ରା.ଉଦୟଗିରି ବ୍ଲକ୍ ର ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବୀରେନ୍ଦ୍ର ମଣ୍ଡଳ ଓ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀନିବାସ ବେହେରଦଳାଇ ମିଳିତ ତତ୍ତ୍ୱାବଧାନରେ ଦୁଇଜଣ ବିଜ୍ଞାନ ସଂଯୋଜକ ଶ୍ରୀଯୁକ୍ତ ଭାଗିରଥି ପରିଡା ଓ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଲ୍ଲିକ୍ ଙ୍କ ସହଯୋଗରେ 10 ଟି ସ୍କୁଲ ର 30 ଜଣ ଛାତ୍ରଛାତ୍ରୀ ଭ୍ରମଣ ପାଇଁ ଯାଇଥିଲେ।ପ୍ରଧାନଶିକ୍ଷକ ବନମାଳୀ ବଡ଼ରଇତ ଓ ବରିଷ୍ଠ ଶିକ୍ଷକ ରାମଚନ୍ଦ୍ର ଦଳବେହେରା ଏହି ଦଳରେ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଭ୍ରମଣ ସମୟରେ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ ଯଥା- ଅଟୋମୋବାଇଲ, ଅର୍ଗାନିକ ଚାଷ, ପଶୁପାଳନ, ଇଞ୍ଜିନିୟରିଂର ବିଭିନ୍ନ ଶାଖା, ହର୍ଟିକଲଚର, ସେରିକଲଚର ଓ ସ୍ମାର୍ଟ ଏଗ୍ରୋ ଟେକ୍ନୋଲୋଜି ଇତ୍ୟାଦି ୩୦ ରୁ ଅଧିକ କୌଶଳ ମୁଖ୍ୟ ଶାଖା ବିଷୟରେ ଜାଣିବାର ସୁଯୋଗ ପାଇଥିଲେ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରତି ଆଗ୍ରହ ବୃଦ୍ଧି କରିବା ଓ ତାଙ୍କର ଭବିଷ୍ୟତ ଚିନ୍ତାଧାରାକୁ ଶକ୍ତିଶାଳୀ କରିବା ଥିଲା।ଭ୍ରମଣ ସମୟରେ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର, ବିଭିନ୍ନ ବିଭାଗର ଡିନ୍ ଓ ଶିକ୍ଷକମାନଙ୍କ ସହିତ ଏକ ବିଶେଷ ଆଲୋଚନା ଓ ଆନ୍ତର୍କ୍ରିୟାତ୍ମକ ସଭା ରେ ଅଂଶଗ୍ରହଣ କରିଥିଲେ। ଏହା ଛାତ୍ରଛାତ୍ରୀଙ୍କ ଉଦ୍ୟମୀ କୌଶଳ ଓ ଭବିଷ୍ୟତ କ୍ୟାରିୟର ଗଠନରେ ସହାୟକ ହେବ ବୋଲି ଅଧିକାରୀମାନେ କହିଥିଲେ।ଏହି ଅବସରରେ ଜିଲ୍ଲାର ଜିଲ୍ଲାଶିକ୍ଷାଧିକାରୀ ଡ଼ ମାୟାଧର ସାହୁ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକଙ୍କୁ ରା.ଉଦୟଗିରି ବ୍ଲକ୍ ର ଗୋଷ୍ଠି ଶିକ୍ଷାଧିକାରୀ ଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଦିଆଯାଇଥିଲା ।