ରାମସାଗର ପୁନରୁଦ୍ଧାର କେଳେଙ୍କାରୀ।

ରାମସାଗର ପୁନରୁଦ୍ଧାର କେଳେଙ୍କାରୀ।

ରାମସାଗର ପୁନରୁଦ୍ଧାର କେଳେଙ୍କାରୀ।

ଗଜପତି,୨୧.୧(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ପ୍ରବେଶପଥରେ ନିଥିବା ରାମସାଗରର ପୁନରୁଦ୍ଧାର ପାଇଁ ଯୋଜନା ପରେ ଠିକାଦାର ଚିନ୍ମୟ ରଞ୍ଜନ ସାହୁ ଟେଣ୍ଡର ପାଇଥିଲେ । ୨୦୨୪ଜାନୁଆରି ୩୦ରେ କାର୍ଯ୍ୟ ଆରମ୍ଭ କରି କରିଥିବା ବେଳେ ସେହିବର୍ଷ ଡିସେମ୍ବର ସୁଦ୍ଧା କାର୍ଯ୍ୟ ସାରିବାକୁ ତେଡଲାଇନ୍ ଧାର୍ଯ୍ୟ ହୋଇଥିଲା । ହେଲେ, କାର୍ଯ୍ୟ ବାବଦକୁ ୨ କୋଟି ४० ଲକ୍ଷ ୭୯ ହଜାର ଟଙ୍କା ବିଲ୍ କରି ସେ ନେଇ ଯାଇଛନ୍ତି | ସାଗରର ମଝିରେ ମାଟି ଜମା କରିଦେଇଛନ୍ତି। ସେହିଭଳି, ସିକ୍ୟୁରିଟି ବାବଦକୁ ସେ ଦେଇଥିବା ୭୬ ଲକ୍ଷ ଟଙ୍କାର ନକଲି ବଣ୍ଡ୍‌ ଜାଲ୍ ବୋଲି ଜଣାପଡ଼ିଥିଲ ଥିଲା।

ଏଣୁ. ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ କାମ ହାତେଇବା ଘଟଣାରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କ ଠିକାସଂସ୍ଥାକୁ ତାଲିକାଭୁକ୍ତ କରାଯାଇଥିବା ସୂଚନା ମିଳିଛି। ରାମ ସାଗରର ପୁନରୁଦ୍ଧାର ସୌନ୍ଦର୍ଯ୍ୟକରଣ ହେବା ନୌବିହାର ସହ ଶିଶୁଉଦ୍ୟାନ ଶୁଉଦ୍ୟାନ ନିର୍ମାଣ ହେବା ଏକ ଆକର୍ଷଣୀୟ ପରିବେଶ ସୃଷ୍ଟି ହେବା ସହ ପାରଳା ପାଇଁ ସୁନ୍ଦର ଦୃଶ୍ୟପୂର୍ଣ୍ଣ ସ୍ଥାନଟିଏ ହେବ ବୋଲି ସଭିଏଁ ଭାବିଥିଲେ | ହେଲେ, ରାମସାଟ ସାଗର ପୁନରୁଦ୍ଧାର କାର୍ଯ୍ୟ ଅଧାରେ ଅଟକି ଯିବା ଫଳରେ ସରକାରଙ୍କର ଲକ୍ଷ୍ୟ ବାଟବଣା ତ ହୋଇଛି, ପାରଳାବାସୀଙ୍କ ଆଶା ମଧ୍ୟ ମଉଳି ଯାଇଛି। ରାମସାଗରଟି ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଆସୁଥିବା ବେଳେ ସମ୍ପୃକ୍ତ ଠିକାଦାର ଦେଇଥିବା ବ୍ୟାଙ୍କ ଗ୍ୟାରେଣ୍ଟିକୁ ଯାଞ୍ଚ ନକରି ଆଖିବୁଜି କିଭଳି ତତ୍କାତ୍କାଳୀନ ଅଧିକାରୀ ତାଙ୍କୁ ଟେଣ୍ଡର ର ପ୍ରଦାନ କଲେ ବୋଲି ପ୍ରଶ୍ନ ଉଠିଛି।

ଏହା ଠିକାଦାର ଓ ଯନ୍ତ୍ରୀଙ୍କ ଭିତିରିଆ ସମ୍ପର୍କକୁ ପଦାରେ ପକାଇଛି। ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସକାଶେ ଦାବି ହୋଇଛି!