ରାମଲୀଳା ମହୋତ୍ସବ ଅବସରରେ ନିଖିଳ ଉତ୍କଳ କୁଲି ସମାଜ ଓ ଅମୃତ କୁଟୁମ୍ ଭେଡେନ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ରାମଲୀଳା ମହୋତ୍ସବ ଅବସରରେ ନିଖିଳ ଉତ୍କଳ କୁଲି ମେହେର ସମାଜ ଭେଡେନ ଓ ଅମୃତ କୁଟୁମ୍ ଭେଡେନ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ଅଯୋଧ୍ୟା ନଗରୀ ରାମ ପେଣ୍ଡାଲ ତଥା ବିଜୟ ମଣ୍ଡପଠାରେ ରାମଲୀଳା ମହୋତ୍ସବ ର ଲଂକାଧିପତି ଜଗଦାନନ୍ଦ ମିଶ୍ର ବିଧିବଦ୍ଧ ଭାବେ ମାଁ ସମଲେଶ୍ଵରୀ ପ୍ରତିଛବିକୁ ପୂଜାର୍ଚ୍ଚନା କରି ଉଦ୍ଘାଟନ କରିଥିଲେ। ଏଥିରେ ସଭାପତିତ୍ବ କରିଥିଲେ ନିଖିଳ ଉତ୍କଳ ସମାଜ ସଭାପତି ଦଶରଥ ମେହେର।
ରାଜ୍ୟ ସଂପାଦକ ପୁରନ ମେହେର ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ରାମଲୀଳା ମହୋତ୍ସବ ସଭାପତି ସ୍ଵାଧୀନ ରଥ, ନିଖିଳ ଉତ୍କଳ ସମାଜ ର ସଭାପତି ମଧୁସୂଦନ ମେହେର, ସମ୍ପାଦକ ପୁରନ ମେହେର, ଅମୃତ କୁଟୁମ୍ ସଭାପତି ଆନଂଦ ଚନ୍ଦ୍ର ସୁନା ଓ ଭବାନୀ ଶଙ୍କର ପାଢ଼ୀ ଯୋଗଦାନ କରିଥିଲେ। ସଭା ଶେଷରେ ସୁଦାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସମୟରେ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ରକ୍ତ ଭଣ୍ଡାର ଅଧିକାରୀ ଡଃ ଦେବାଶିଷ ପାଢ଼ୀ, ଟେକନିସିଆନ କରୁଣାକର ସାହୁ, ଲାଲୁ ବିଶ୍ବାସ, ଗଣେଶ ପ୍ରଧାନ, ପ୍ରହଲ୍ଲାଦ ପଟ୍ଟନାୟକ ପ୍ରମୁଖ ଏଥିରେ ୨ ଜଣ ମହିଳା ସମେତ ୨୫ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ଏହି ସମୟରେ କୁଲି ମେହେର ସମାଜ ପକ୍ଷରୁ ପ୍ରହଲ୍ଲାଦ ମେହେର, ନିବାସ ମେହେର, ସୁଦାମ ମେହେର, ଗୋପି ମେହେର ଓ ସଭ୍ୟ /ସଭ୍ୟା ସମେତ ଓ ଅମୃତ କୁଟୁମ୍ ଭେଡେନ ସମସ୍ତ ସକ୍ରିୟ ସଦସ୍ୟ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ପରିଚାଳନା ରେ ସହଯୋଗ କରିଥିଲେ।
