ରାମନାଗୁଡ଼ା ବ୍ଲକ ସ୍ତରୀୟ ଚଇତି 2024 ପାଳିତ ହୋଇଯାଇଛି

ରାମନାଗୁଡ଼ା ବ୍ଲକ ସ୍ତରୀୟ ଚଇତି 2024 ପାଳିତ ହୋଇଯାଇଛି

ରାୟଗଡା : ରାୟଗଡା ଜ଼ିଲ୍ଲା ର ଲୋକମୋହତ୍ସବ ଚଇତି 2024 ର ଦ୍ୱତୀୟ ବ୍ଲକ ଭାବେ ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଗଦଗଡଦା ରୁ କଳସ ରେ ଜଳ ଆଣି ରାମନାଗୁଡ଼ା ର ମା ମଙ୍ଗଳା ଙ୍କ ମନ୍ଦିରରେ ପୂଜା ଅର୍ଚନା କରାଯାଇଥିଲା l. ପରେ ପରେ ଏକ ବିରାଟ ଜନସମୁଦ୍ର ରେ ବ୍ଲକ ର ସମସ୍ତ ଜନସାଧାରଣ କଳସ ସହ ମା ମଙ୍ଗଳା ମନ୍ଦିର ରୁ ନାଚ ଗୀତ ବାଜା ବାଜଣା ରେ ବାହାରି ସହର ର ମୁଖ୍ୟରାସ୍ତା ଦେଇ ଚଇତି ମଣ୍ଡପ ନିକଟରେ ପହଂଚିଥିଲେ l ଚଇତି ମଣ୍ଡପ ରେ କଳସ ସ୍ଥାପନା କରାଯାଇ ବ୍ଲକ ସ୍ତରୀୟ ଚଇତି ର ଆରମ୍ଭ ହୋଇଥିଲା l ବିଭନ୍ନ ସ୍କୁଲର ଛାତ୍ର ଛାତ୍ରି ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ନୃତ୍ୟ କଳା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା l ସରକାର ଙ୍କ ର ବିଭିନ୍ନ ବିଭାଗ ପଶୁ ସମ୍ପଦ ଶିଶୁ ବିକାଶ, ମିଶନ ଶକ୍ତି,ସ୍ୱାସ୍ଥ୍ୟ, ଉଦ୍ୟାନ, କୃଷି, ବ୍ଲକ ମଙ୍ଗଳ ଶିକ୍ଷା ବିଭାଗ, ସ୍ଥାନୀୟ ବେସରକାରୀ ସ୍କୁଲ ର 17 ଗୋଟି ଷ୍ଟଲ ସହିତ ପ୍ରଦର୍ଶନୀ କରାଯାଇଥିଲା l l ନାଚ ବାଜା ଗୀତ ରର ଚଇତି ମଞ୍ଚ ଦୁଲିକି ଥିଲାl ସନ୍ଧ୍ୟା ସମୟରେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବ୍ଲକ ସ୍ତରୀୟ ଚଇତି ର ଆରମ୍ଭ କରିଥିଲେ l ଲୁକହିତ ପ୍ରତିଭା ସଂସ୍କୃତି ପରମ୍ପରା କୁ ଲୋକଲୋଚନ କୁ ଆଣିବା ହେଉଛି ଚଇତି ର ମୂଳ ଲକ୍ଷ ବୋଲି ଅତିଥି ମାନେ ମତ ରଖିଥିଲେ l ସ୍ଥାନୀୟ କଳାକାର ଙ୍କ ସହିତ ଫୁଲବାଣୀ ରୁ ଆସିଥିବା କଳାକାର ଙ୍କ ସଂକୃତିକ କାର୍ଯ୍ୟକ୍ରମ ଜନସାଧାରଣ ଙ୍କ ମନ ମହିଥିଲା l ଢେର ରାତ୍ରି ପର୍ଯ୍ୟନ୍ତ ସଂସ୍କୃତି କାର୍ଯ୍ୟକ୍ରମ ଚାଲିଥିଲା lଆଜିର କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବ୍ଲକ ସ୍ତରୀୟ ଚଇତି ସଂଯୋଜକ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭିଜିକା ମିଶନ ଡଃ ଦୟାନିଧି ବାଗ,ରାମନାଗୁଡ଼ା ତହସିଲଦାର ପ୍ରାଣ କୃଷ୍ଣ ପାଣିଗ୍ରାହୀ,ଗୁଣୁପୁର ପୌର ପରିଷଦ ର ଉପାଦକ୍ଷ ସାନ ଗୌଡ଼, ଜ଼ିଲ୍ଲା ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ,ରାମନାଗୁଡ଼ା ସମିତି ଅଧ୍ୟକ୍ଷ ରାବିଶଙ୍କର ଗମାଙ୍ଗ, ବ୍ଲକ ଉପାଧ୍ୟକ୍ଷା, ଗୁଣପୁର ବ୍ଲକ ଗୋଷ୍ଠି ଉନୟନ ଅଧିକାରୀ ଯୋଗ ଦେଇଥିଲେ l ରାମନାଗୁଡ଼ା ବ୍ଲକ ସ୍ତରୀୟ ଚଇତି କୁ ବ୍ଲକ ଗୋଷ୍ଠି ଉନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଙ୍କ ତତ୍ତ୍ୱବଧାନ ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂମୁଖା ପାତ୍ର ତଥା କନିଷ୍ଠ ଯନ୍ତ୍ରୀପ୍ରତାପ ମିଶ୍ର, ଦିପ୍ତୀରାଣୀ ମୁନି, ବିପିସି ସନ୍ତୋଷ ରତ୍ନାଲୁ ପଂଚାୟତ ଏକ୍ସଟେନ୍ସନ ଅଧିକାରୀ ନରହରି ଦାସ ଓ ଚିତ୍ତ ରଞ୍ଜନ ଦେଓ ବ୍ଲକ ର ସମସ୍ତ ସରପଞ୍ଚ ସମିତି ସଭ୍ୟ ଙ୍କ ସହିତ ବିଭିନ୍ନ ବିଭାଗ ର ସରକାରୀ କର୍ମଚାରୀ ଓ ସ୍ଥାନୀୟ ଅଂଚଳ ର ବହୁ ବୁଦ୍ଧିଜୀବୀ ସହଯୋଗ କରି ଏହି କାର୍ଯ୍ୟକ୍ରମ କୁ ଅତି ଶାନ୍ତି ଶୃଙ୍ଖଳା ର ସହିତ ସମାପନ କରିଥିଲେ l କାର୍ଯ୍ୟକ୍ରମ କୁ ଆସିଥିବା ଜନସାଧାରଣ ଙ୍କ ଖାଦ୍ୟପେୟ ର ବ୍ୟବସ୍ତା କରାଯାଇଥିଲା ବେଳେ ମଞ୍ଚ ପରିଚାଳନା କରିଥିଲେ କେନ୍ଦୁଗୁଡା ମଙ୍ଗଳ ବିଭାଗ ଶିକ୍ଷକ ଦିଲୀପ ଚୌଧୁରୀ ଉଦ୍ୟାନ ବିଭାଗ ର ଅକ୍ଷୟ ସାହୁ ଓ ଶିକ୍ଷୟତ୍ରୀ ଭାଗ୍ୟଶ୍ରୀ ମଲିକ l ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *