ରାମଗିରି ଠାରେ ମାଣ୍ଡିଆ ମଣ୍ଡି ଉଦ୍ଘାଟନ

ରାମଗିରି ଠାରେ ମାଣ୍ଡିଆ ମଣ୍ଡି ଉଦ୍ଘାଟନ

ରାମଗିରି ଠାରେ ମାଣ୍ଡିଆ ମଣ୍ଡି ଉଦ୍ଘାଟନ

ଗଜପତି (ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ରାମଗିରି ପଞ୍ଚାୟତ ରାମଗିରି ଠାରେ ମାଣ୍ଡିଆ ମଣ୍ଡି ଉଦ୍ଘାଟନ କରି ପ୍ରଥମ ମଣ୍ଡି ଆରମ୍ଭ ହୋଇଅଛି । ମାଁ କୁରେଇଶୁଣୀ ପ୍ରଡ୍ୟୁସର କମ୍ପାନୀ ଲିଂ ଦ୍ବାରା ରାମଗିରି ଠାରେ ଏହି ମଣ୍ଡିକୁ ପ୍ରଥମ ଉଦ୍ଘାଟନ କରାଯାଇଥିଲା । ଗଜପତି ଜିଲ୍ଲାରେ ମୋଟ ୨୧ ଗୋଟି ମଣ୍ଡି ମାଧ୍ୟମରେ ୬ ଗୋଟି ବ୍ଳକରୁ ମୋଟ ୨୫୦୦ କୁଇଣ୍ଟାଲ୍ ମାଣ୍ଡିଆ ମଣ୍ଡି ମାଧ୍ୟମରେ କିଣିଯିବାର ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ସରକାର ଓ କୃଷି ବିଭାଗ ତରଫରୁ ଏ ବର୍ଷ ମାଣ୍ଡିଆ ର ସରକାରୀ ସର୍ବନିମ୍ନ ଦର ୪୮୮୬ ଟଙ୍କା କୁଇଣ୍ଟାଲ୍ ପିଛା ସରକାର ଦର ନିଦ୍ଧାରଣ କରିଛନ୍ତି । ସମଗ୍ର ଜିଲ୍ଲାରେ ୬ଟି ବ୍ଳକରେ ସର୍ବମୋଟ ୯ ଗୋଟି ବ୍ଳକସ୍ତରୀୟ ମହାସଂଘ ( SHG FED) ତଥା ଉପାଦକ ଗୋଷ୍ଠୀ (Farmer Producer Organisation) ମାଧ୍ୟମରେ ୨୧ଟି ମଣ୍ଡିରେ ଏବର୍ଷ ମାଣ୍ଡିଆ ବିକ୍ରି ପାଇଁ ସର୍ବମୋଟ ୬୬୬୯ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି ।

ଏହି ମଣ୍ଡି ଉଦଘାଟନରେ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଶବର ମୁଖ୍ୟ ଅତିଥି ଭାବରେ ଥିବାବେଳେ, ଟିଡିସିସିର ଶାଖା ମୁଖ୍ୟ ତଥା ପିଏ ଆଇଟିଡିଏ ଶ୍ରୀ ଅଂଶୁମାନ ମହାପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍ ପ୍ରକାଶ ରାଓ, ଜିଲ୍ଲା କୃଷି ଅଧିକାରୀ ବିରଞ୍ଚି ମଙ୍ଗରାଜ ତଥା ବ୍ଳକ୍ କୃଷି ଅଧିକାରୀ ଭାବେନ୍ଦ୍ର ମୁର୍ମୁ, ସ୍ଥାନୀୟ ସରପଞ୍ଚ, ଶ୍ରୀ ଅନ୍ନ ଅଭିଯାନର ବ୍ଳକ ଅଧିକାରୀ,ସୁରକ୍ଷା NGOର କର୍ମକତ୍ତା, ମା କୁରେଇଶୁଣୀ ପ୍ରଡ୍ୟୁସର କମ୍ପାନୀର ସମସ୍ତ କର୍ମକତ୍ତା ତଥା ଶିବାଜି ପ୍ରଧାନ, ଦେବବ୍ରତ ସ୍ବାଇଁଙ୍କ, ଅରୁଣ ମିଶ୍ର ତଥା ଶ୍ରୀ ଅନ୍ନ ଅଭିଯାନର ବ୍ଳକ ଅଧିକାରୀ, ସୁରକ୍ଷା NGO ର କର୍ମକତ୍ତା, ମା କୁରେଇଶୁଣୀ ପ୍ରଡ୍ୟୁସର କମ୍ପାନୀର ସମସ୍ତ କର୍ମକତ୍ତା ଓ ବୋର୍ଡ ଅଫ ଡାଇରେକ୍ଟୋର ଓ ଚାଷୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ମାଣ୍ଡିଆକୁ ଉନ୍ନତ ତଥା ସର୍ବନିମ୍ନ ଗୁଣବତ୍ତା (FAQ ) ମାନର ଆଣି ମଣ୍ଡିରେ ଦେବା ସହ ଚାଷୀମାନେ ଉପକୃତ ହେବା ପାଇଁ କହି ମା କୁରେଇଶୁଣୀ ର ବରିଷ୍ଠ କର୍ମଚାରୀ ତଥା ପ୍ରସନ୍ନ ଦଳାଇ ସଭାକୁ ସାଂଗ କରିଥିଲେ ।