ରାମଗିରି ଏସଏସଡି ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ବାର୍ଷୀକ କ୍ରୀଡା ଉତ୍ସବ ୨୦୨୫-୨୬ ପାଳିତ।

ରାମଗିରି ଏସଏସଡି ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ବାର୍ଷୀକ କ୍ରୀଡା ଉତ୍ସବ ୨୦୨୫-୨୬ ପାଳିତ।

ରାମଗିରି ଏସଏସଡି ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ବାର୍ଷୀକ କ୍ରୀଡା ଉତ୍ସବ ୨୦୨୫-୨୬ ପାଳିତ।

ଆର, ଉଦୟଗିର(ମନୋଜ ପାଢ଼ୀ)ତା ୨୨/୦୬/୨୦୨୬ ଗଜପତିଜିଲ୍ଲା ରାମଗିରି ସ୍ଥିତ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଊତ୍ସବ ଓ ବାର୍ଷିକ କ୍ରୀଡା ଉତ୍ସବ ୨୦୨୫- ୨୬ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଧାୟକ -ଦାଶରଥି ଗମାଙ୍ଗ,ସଭାପତି-ସଲୋମନ ରାଇକା (ଜିଲ୍ଲା ମଙ୍ଗଳ ଅଧିକାରୀ, ଗଜପତି),ମୁଖ୍ୟ ବକ୍ତା-ଅଂଶୁମାନ ମହାପାତ୍ର, ପ୍ରକଳ୍ପ ପ୍ରଶାସକ, ITDA ପାରଳାଖେମୁଣ୍ଡି,ସାନମାନିତା ଅତିଥି- ସଚ୍ଚିତାନନ୍ଦ ପୃଷ୍ଟି( AWO, Gajapat)i, ବ୍ଲକ ଅଧ୍ୟକ୍ଷ ଲଷ୍ମୀ ନାରାୟଣ ଶବର,ବିଡିଓ ଲରିମନ ଖର୍ସଲ, ଜିଲ୍ଲା ପରିଷଦ ଦଣ୍ଡପାଣି ବଡମୁଣ୍ଡି, ଗୋପାଳ ଦଳାଇ,ବାଧାୟକ ପ୍ରତିନିଧି,ଥାନା ଆଧିକାରୀ ଡି. ଗଜପତି ଦୋରା, ସୁଭଦର୍ଶିନୀ ବେହୁରା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମୋହନା, ବିଜେପି ମଣ୍ଡଳ ସଭାପତି ତ୍ରିଲୋଚନ ରଇତ ,ଅନୁଷ୍ଠାନ ର ପ୍ରଧାନ ଶିକ୍ଷକ ସଂଜୀବ କୁମାର ନାୟକ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଘୁନାଥ ବଡମୁଣ୍ଡି,ବିଭିନ୍ନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏବଂ ଅଭିଭାବକଗଣ ଯୋଗ ଦେଇଥିଲେ। ୩୦୧ ଜଣ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନବିଭାଗରେ ମାନପତ୍ର ଓ ଟ୍ରଫି ପ୍ରଦାନ କରା ଯାଇଥିଲା।

ଛାତ୍ରଛାତ୍ରୀଙ୍କଦ୍ବାରା ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ସହ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ରାଇକାଙ୍କ ଆଦିବାସୀ ସଂଙ୍ଗୀତ ପରିବେଷଣରେ ଉପସ୍ଥିତ ସମସ୍ତ ଛାତ୍ରଛାତୀ,ଶିକ୍ଷକଶିକ୍ଷୟତ୍ରୀ ଓ କର୍ମଚାରୀ ନୃତ୍ୟରେ ମସଗୁଲ ହୋଇଥିଲେ।ସେହି ପରି ବିଡିଓ ଶ୍ରୀ ଖର୍ସଲଙ୍କ ଏକ ସମ୍ବଲପୁରୀ ନୃତ୍ୟ ପରିବେଷଣ ମଧ୍ୟ ଆକର୍ଷଣୀୟ ଥିଲା। ଏ କାର୍ଯ୍ୟକ୍ରମକୁ ଅଞ୍ଜିତ ପରିଛ୍ଛା ପରିଚାଳନା କରିଥିବା ବେଳେ ସମସ୍ତ ସହକର୍ମୀ ସହଯୋଗ କରିଥିଲେ।