ରାଣୀଗୁଡା ଫାର୍ମ ଠାରେ ପୋଙ୍ଗଲ ଉପଲକ୍ଷେ ରଙ୍ଗୋଲି ଓ ମ୍ୟୁଜିକାଲ ଚୌକି ପ୍ରତିଯୋଗିତା ଅନୁଷ୍ଠିତ

ରାଣୀଗୁଡା ଫାର୍ମ ଠାରେ ପୋଙ୍ଗଲ ଉପଲକ୍ଷେ ରଙ୍ଗୋଲି ଓ ମ୍ୟୁଜିକାଲ ଚୌକି ପ୍ରତିଯୋଗିତା ଅନୁଷ୍ଠିତ

ରାଣୀଗୁଡା ଫାର୍ମ ଠାରେ ପୋଙ୍ଗଲ ଉପଲକ୍ଷେ ରଙ୍ଗୋଲି ଓ ମ୍ୟୁଜିକାଲ ଚୌକି ପ୍ରତିଯୋଗିତା ଅନୁଷ୍ଠିତ

ରାୟଗଡ(ଅମୁଲ୍ୟ ନିଶଙ୍କ ): ରାୟଗଡ ସହର ର ରାଣୀଗୁଡା ଫାର୍ମ ଅଂଚଳ ରର ବସବାସ କରୁଥିବା ତେଲୁଗୁ ସମ୍ପ୍ରଦାୟ ଜନସାଧାରଣ ସ୍ଥାନୀୟ ମା ମଝିଘରିଆଣି ପୂଜା ମଣ୍ଡପ ଠାରେ ଏହି ପୂଜା କମିଟି ପକ୍ଷରୁ ପୋଙ୍ଗଲ ପାଳନ ଉପଲକ୍ଷେ ରଙ୍ଗୋଲି ଓ ମ୍ୟୁଜିକାଲ ଚୌକି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ପ୍ରାୟ 25 ରୁ ଉର୍ଦ୍ଧ ମହିଳା ଭାଗ ନେଇ ଅତିସୁନ୍ଦର ଭାବେ ରଙ୍ଗୋଲି. ପକାଇଥିଲେ l.

ଏହି କାର୍ଯ୍ୟକ୍ରମ ରେ ରାୟଗଡ ଟ୍ରକ ମଲିକ ସଙ୍ଘ ସଭାପତି ତଥା ବରିଷ୍ଠ ବିଜେପି ନେତା ଭେଙ୍କଟେଶ୍ୱର ରାଓ କୋଣ୍ଡା ବାବୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ l ହାରିକା ନିରୁପମା ମହାପାତ୍ର, ରାମୟା ଙ୍କୁ ପ୍ରଥମ ଦ୍ୱତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରିଥିଲେ l ନିଜ ପରମ୍ପରା କୁ ଉଦଜବିତ କରିରଖିବା ଓ ଲୋକଲୋଚନ କୁ ଆଣିବା ପାଇଁ ସଦାସର୍ବଦା ଚେଷ୍ଟା ଜାରିରଖିବା ନିମନ୍ତେ କୋଣ୍ଡା ବାବୁ ମତ ରଖିଥିଲେ l ଅନ୍ୟ ତମ ଅତିଥି ଭାବେ କେ ସି ପଟ୍ଟନାୟକ, କୋଣ୍ଡାବାତୁଲୁ ଶ୍ରୀନିବାସ ଯୋଗ ଦେଇଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ