ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ କୁନ୍ଦୁଲୀ ଗୁରୁକୁଳ ଆଶ୍ରମ ଗସ୍ତ।

ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ କୁନ୍ଦୁଲୀ ଗୁରୁକୁଳ ଆଶ୍ରମ ଗସ୍ତ।

ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ କୁନ୍ଦୁଲୀ ଗୁରୁକୁଳ ଆଶ୍ରମ ଗସ୍ତ।

ସେମିଳିଗୁଡା.ତାରିଖ ୨୧,୧୨,୨୦୨୫,ରାଜ୍ଯ ଯୋଗାଣ ଓ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର କୋରାପୁଟ ଗସ୍ତରେ ଆସି କୁନ୍ଦୁଲୀସ୍ଥିତ ଆଦିମ ଗୁରୁକୁଳ ଆଶ୍ରମ ଗସ୍ତ କରିଥିଲେ। ସେଠାରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇ ଥିଲା।ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର ସାମୁହିକ ଯଜ୍ଞରେ ଯୋଗଦାନ କରିଥିଲେ। ମନ୍ତ୍ରୀ ଗୋଶାଳା ଯାଇ ଗୋମାତାଙ୍କୁ ଖାଦ୍ଯ ପ୍ରଦାନ କରିଥିଲେ।ଏହାପରେ ପାଠଶାଳା ଯାଇ ବିଦ୍ୟାର୍ଥୀଙ୍କୁ ଉଦବୋଧନ ଦେଇ ଥିଲେ। ଆଶ୍ରମକୁ ମୂଲ୍ଯରେ ଚାଉଳ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।ଏହାପରେ ସେ କୋଟିଆ ଗସ୍ତରେ ଯାଇ ଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଜେପି ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ,ଚିତ୍ତ ରଂଜନ କଂସ, ଯୋଗ ଦେଇ ଥିଲେ। ଆଶ୍ରମର ମୂଖ୍ଯ ଆଚାର୍ଯ୍ଯ ବିନୟ କୁମାର ବୈଦିକ, ଆଚାର୍ଯ୍ଯ ମନୁଦେବ,ସ୍ବାମୀ ସତ୍ଯଦେବ ଆର୍ଯ୍ଯ, ସଭାପତି ଆନନ୍ଦ ପାଟୱାନିଆ ଓ ଶ୍ରୀମତୀ ପାଟୱାନିଆ, ଜଳେନ୍ଦ୍ର ତ୍ରିପାଠୀ,ଅରୁଣ ଜେନା,ସୋମନାଥ ସାମନ୍ତରାୟ,ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ଗଣେଶ୍ଵର ପାଣିଗ୍ରାହୀ,ବିଜେପିି ନେତା ଚୈତନ୍ଯ ନନ୍ଦିବାଲୀ,ନେତ୍ରୀ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ପ୍ରମୁଖ ଯୋଗ ଦେଇ ଥିଲେ।