ରାଜ୍ୟସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ଦଳର ମାନ୍ୟବର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଜୀ, ଦଳର ବରିଷ୍ଠ ନେତା ଶ୍ରୀ ସୁଜିତ କୁମାର ଜୀ ଏବଂ ଦଳ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ଦିଲୀପ ରାୟ ଜୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।ଆମ ସରକାରର ‘ସମୃଦ୍ଧ ଓଡ଼ିଶା’ ଗଠନର ସଂକଳ୍ପକୁ ସାକାର କରିବା ଦିଗରେ ଏହି ବିଜୟ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ସଂସଦର ଉଚ୍ଚ ସଦନରେ ସେମାନଙ୍କ ଉପସ୍ଥିତି ଓଡ଼ିଶାର ସ୍ୱାର୍ଥ, ଉନ୍ନତି ଓ ଲୋକସେବାର ସ୍ୱରକୁ ରାଷ୍ଟ୍ରୀୟ ସ୍ତରରେ ଆହୁରି ଦୃଢ଼ କରିବ।ଆଦରଣୀୟ ପ୍ରଧାନମନ୍ତ୍ରୀ Narendra Modi ଜୀଙ୍କ ‘ସବକା ସାଥ୍, ସବକା ବିକାଶ’ ମନ୍ତ୍ରରେ ଅନୁପ୍ରାଣିତ ହୋଇ ସେମାନଙ୍କର ଏହି ଯାତ୍ରା ଯଶସ୍ୱୀ ହେଉ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପା ସର୍ବଦା ସମସ୍ତଙ୍କ ଉପରେ ରହୁ।
ରାଜ୍ୟସଭା ନିର୍ବାଚନରେ ବିଜୟୀ ମନମୋହନ ସାମଲ, ସୁଜିତ କୁମାର ଓ ଦିଲୀପ ରାୟଙ୍କୁ ଅଭିନନ୍ଦନ
