ରାଜନୈତିକ ଆକ୍ରୋଶର ଶିକାର ହେଲେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେଡ଼ି ଦଳର କାଉନସିଲର ତଥା ଉପାଧ୍ୟକ୍ଷ ରଘୁରାମ ସାହୁ

ରାଜନୈତିକ ଆକ୍ରୋଶର ଶିକାର ହେଲେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେଡ଼ି ଦଳର କାଉନସିଲର ତଥା ଉପାଧ୍ୟକ୍ଷ ରଘୁରାମ ସାହୁ

ରାଜନୈତିକ ଆକ୍ରୋଶର ଶିକାର ହେଲେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେଡ଼ି ଦଳର କାଉନସିଲର ତଥା ଉପାଧ୍ୟକ୍ଷ ରଘୁରାମ ସାହୁ

ଗଜପତି, ୩୦.୧୨.୨୦୨୫(ମନୋଜ ପାଢ଼ୀ)- ରାଜନୈତିକ ଆକ୍ରୋଶର ଶିକାର ହେଲେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେଡ଼ି ଦଳର କାଉନସିଲର ତଥା ଉପାଧ୍ୟକ୍ଷ ରଘୁରାମ ସାହୁ। ନିର୍ବାଚନରେ ଭାଗନେବା ପୂର୍ବରୁ ୨୦୨୧ ରେ ସାଂସଦ ପାଣ୍ଠିରୁ ଠିକା ନେଇ ଏକ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କାର୍ଯ କରିଥିଲେ। ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ବିଲ ପାଇବା ବେଳକୁ ୨୦୨୨ ତ୍ରିସ୍ତରୀୟ ନିର୍ବାଚନରେ କାଶୀନଗର ୧୧ ନମ୍ବର ଓ୍ବାର୍ଡର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ ରଘୁରାମ। ହେଲେ ବିଜେପି ଏନେଇ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ ଆଣିଥିଲା।

ଏନେଇ ତୁରନ୍ତ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ରାଜ୍ୟ ସରକାର। ଏଥିପାଇଁ କିଛି ସମୟ ଦେବାକୁ ଅନୁରୋଧ କରିବା ସତ୍ତ୍ୱେ ସମୟ ଦେଇନଥିଲେ ସରକାର। ଏହାସତ୍ତ୍ୱେ ସମୟସୀମା ମଧ୍ୟରେ ତାଙ୍କ ଉପରେ ହୋଇଥିବା ଅଭିଯୋଗ ନିର୍ବାଚନ ପୂର୍ବର ଘଟଣା ବୋଲି ଉତ୍ତର ରଖିଥିଲେ କାଉନସିଲର ରଘୁରାମ। କିନ୍ତୁ  ଏହାକୁ ବିଚାର ନକରି ରଘୁନାଥଙ୍କ ପଦବୀ ରଦ୍ଦ ନେଇ ଗତ ୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ରଘୁରାମ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେଡ଼ି ଦଳର ଜଣେ ଟାଣୁଆ ନେତା। ବିଜେପି ସରକାରଙ୍କ ଦୁର୍ବଳ ଶାସନ ଓ ଅପାରଗତାକୁ ନେଇ ବିଭିନ୍ନ ସ୍ତରରେ ସ୍ବର ଉଠାଇ ଆସୁଥିଲେ, ଯାହା ବିଜେପି ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିବା ବେଳେ ଅଭିଯୋଗ ଆଧାରରେ ତାଙ୍କ ପ୍ରତି ଅବିଚାର କରାଯାଇଛି ବୋଲି କହିଛି ବିଜେଡ଼ି।

ଇତି ମଧ୍ୟରେ କାଶୀନଗର ଏନଏସିର ବିଜେଡ଼ି ଅଧ୍ୟକ୍ଷା ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେବା ପରେ ସମସ୍ତ ବିଜେଡ଼ି କାଉନସିଲର ବିରୋଧ କରିବା ପରେ ପଦବୀ ଚାଲିଯିବା ଭୟରେ ପୁଣି ବିଜେଡ଼ିକୁ ଫେରି ଆସିଥିଲେ, ବର୍ତ୍ତମାନ ଅଧ୍ୟକ୍ଷା ବିଜେଡ଼ିରେ ରହି ସୁଦ୍ଧା ବିଜେପି ସହ ଭିତରେ ସମର୍ଥନ ରହି ବିଜେପିକୁ ସମର୍ଥନ କରୁଥିବା ଯୋଗୁଁ ବିଜେପି ବଳ ପାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଏହା ରାଜ୍ୟ ସରକାରଙ୍କ ଅସହିଷ୍ଣୁତା ବୋଲି କହିବା ସହ ବିଜେଡ଼ି କାଉନସିଲର ପ୍ରତି ଆକ୍ରୋଶ ମୂଳକ ପଦକ୍ଷେପ ବୋଲି ଅଭିଯୋଗ କରିଛି ବିଜେଡ଼ି। ଏହାର ପୁନଃ ବିଚାର ପାଇଁ ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି ବିଜେଡ଼ି କାଉନସିଲର।‎