ରବିରେ ବି ଚଢ଼ା ଦରରେ ସାର ବିକ୍ରି; ଚିନ୍ତାରେ ଚାଷୀ

ରବିରେ ବି ଚଢ଼ା ଦରରେ ସାର ବିକ୍ରି; ଚିନ୍ତାରେ ଚାଷୀ

ରବିରେ ବି ଚଢ଼ା ଦରରେ ସାର ବିକ୍ରି; ଚିନ୍ତାରେ ଚାଷୀ

ଗଜପତି,୨୬.୨(ମନୋଜ ପାଢ଼ୀ) – : ଗଜପତି ଜିଲ୍ଲାରେ ଚଢ଼ା ଦରରେ ସାର ବିକ୍ରୀ ଯୋଗୁଁ ରବି ଅମଳ ପାଇଁ ଚାଷୀଙ୍କ ମୁଣ୍ଡବ୍ୟାଥାର କାରଣ ପାଲଟିଛି। ରବି ଚାଷରେ ଚାଷୀ ବିଭିନ୍ନ ପନିପରିବା, ମକା ଫସଲ ପାଇଁ ସାର ଆବଶ୍ୟକ କରିଥାଆନ୍ତି | କିନ୍ତୁ ଉଚିତ୍ ମୂଲ୍ୟରେ ସାର ଚାଷୀଙ୍କୁ ମିଳୁ ନଥୁବା ଅଭିଯୋଗ ହେଉଛି | ସାରର ଅଭାବ ସମ୍ପର୍କରେ ବିଭାଗକୁ ଚାଷୀ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କିଛି ସୁଫଳ ମିଳୁ ନଥ୍‌ବା ଅଭିଯୋଗ ହୋଇଛି| ଚାଷୀ ରବିଋତୁରେ ବିଭିନ୍ନ ପ୍ରକାର ଚାଷ କରିଥାଆନ୍ତି। ଧାନ ଫସଲ ପରେ ମାଣ୍ଡିଆ, ରାଶି, ସୂର୍ଯ୍ୟମୁଖୀ, ଭେଣ୍ଡି, ବାଇଗଣ, ଟମାଟୋ, କଲରା, ଲଙ୍କା ସହିତ ଧାନ, ମାଣ୍ଡିଆ ପ୍ରଭୃତି ଚାଷ କରିଥାଆନ୍ତି। କିନ୍ତୁ ସାର ଚଢା ଦରରେ ବିକ୍ରି ହେଉଥିବାରୁ ଚାଷୀ ନାହିଁ ନଥିବା ଅସୁବି ସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପ୍ରତି ସରକାର କିମ୍ବା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଲେ ଚାଷୀ ଉପକୃତ ହୋଇ ପାରିବେ ବୋଲି କ‌ହିଛ ଛନ୍ତି। ଖରିଫ ଋତୁର ପୂର୍ବରୁ ମଧ୍ୟ ଏପରି ସାର କଳାବଜାରୀ ତଥା ଚଢାଦରରେ ବିକ୍ରି ହୋଇଥିବା ଦୃଷ୍ଟାନ୍ତ ରହିଛି। ଜିଲ୍ଲାରେ ଏପରି ବାରମ୍ବାର ଚାଷ ପୂର୍ବରୁ ସାର କଳାବଜାରୀ ବା ଚଢାଦରରେ ବିକ୍ରୀ ହେଉଥ‌ିବାକୁ ନେଇ ଚାଷୀମାନେ ଚିନ୍ତିତ ହୋଇପଡିଛନ୍ତି। ଏଥିରେ ଅସାଧୁ ସାର ବ୍ୟବସାୟୀଙ୍କ ସହ ବିଭାଗୀୟ କର୍ମଚାରୀ ବା ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଏପରି ଘଟୁଥିବା ଚାଷୀ ମହଲରେ ଆଲୋଚନା ହେଉଛି। ଆର, ଉଦୟଗିରି ବ୍ଲକ ଅଞ୍ଚଳରେ କୃଷି ବିଭାଗ ଲାଇସେନ୍ସ ପାଇଥିବା ଦୋକାନ ଗୁଡିକରେ ସାଇନି ବୋର୍ଡ ନାହିଁ ଯାହାଫଳରେ ଏହି ଦୋକାନୀମାନେ ଚାଷୀମାନଙ୍କୁ କୃଷି ସାମଗ୍ରୀ ସରକାରଙ୍କ ଦର ଠାରୁ ଅଧିକ ଦରରେ ବିକ୍ରୀ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ଏହି ବିଷୟ ନେଇ ଆମ ପ୍ରତିନିଧି ରା, ଉଦୟଗିରି ଜିଲ୍ଲା କୃଷି ଅଧିକାରୀ ସହ ଯୋଗାଯୋଗ କରିବା ସେ ମୁଁ ଅତିଶୀଘ୍ର କୃଷି ବିଭାଗ ଦ୍ଵାରା ଲାଇସେନ୍ସ ପାଇଥିବା ସମସ୍ତ ଦୋକାନ ଚଢ଼ାଉ କରାଯାଇ ଯେଉଁ ବ୍ୟକ୍ତି ଦୋକାନ ସାମନାରେ ବୋଡ ନାହିଁ ସେହି ବ୍ୟକ୍ତିଙ୍କ ଦୋକାନ ଲାଇସେନ୍ସ ରଦୁ କରାଯିବ ବୋଲି କହିଛନ୍ତି । ଦେଖିବାକୁ ବାକି ରହିଲା ରା, ଉଦୟଗିରି ଜିଲ୍ଲା କୃଷି ଅଧିକାରୀ କେବେ କୃଷି ଦୋକାନ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ରା, ଉଦୟଗିରି ବ୍ଲକର କୃଷି ବିଭାଗକୁ ଚାଷୀମାନଙ୍କୁ ଯେଉଁ ସାମଗ୍ରୀ ଆସୁଛି ପ୍ରକୃତ ଚାଷୀ ମାନଙ୍କୁ କୋଣସୀ ବିହନ ମିଳୁନାହିଁ କିଛି ଚାଷୀ ଅଭିଯୋଗ କରୁଛନ୍ତି । ସରକାରଙ୍କ ପକ୍ଷରୁ ଆସୁଥିବା ବିହନ କୃଷି ବିଭାଗ ଦେଉଛନ୍ତି କାହାକୁ ପ୍ରଶ୍ନ ହେଉଛି ।