ରନ୍ଧା ମଦ କାରଖାନା ଉପରେ ଚଢ଼ାଉ, ବହୁ ସାମଗ୍ରୀ ସହ ୫ ଗିରଫ।

ରନ୍ଧା ମଦ କାରଖାନା ଉପରେ ଚଢ଼ାଉ, ବହୁ ସାମଗ୍ରୀ ସହ ୫ ଗିରଫ।

ରନ୍ଧା ମଦ କାରଖାନା ଉପରେ ଚଢ଼ାଉ, ବହୁ ସାମଗ୍ରୀ ସହ ୫ ଗିରଫ।( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)ଆସ୍କା ଥାନା ପୋଲିସ୍ ବାଲିଆସିରା ଗ୍ରାମ ରେ ଚଢାଉ କରି ଏକ ଶହ ଲିଟର ରନ୍ଧା ମଦ ଜବତ ସହ ୭୫୦ ଲିଟର ପୋଚ ନଷ୍ଟ କରିଛନ୍ତି ଓ ଏହି ବେଆଇନ କାର୍ଯ୍ୟରେ ଲିପ୍ତ ୫ ଜଣ ଅଭିଯୁକ୍ତ ଯଥା ବାବୁଲା ନାୟକ, କାମେଶ୍ବର ନାୟକ, ପୃଥିବୀ ନାୟକ,ମୁନି ନାୟକ ଓ ପିଣ୍ଟୁ ଭୋଳକୁ ମାମଲା ନଂ ୧୭/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରି ଗିରଫ କରିଛନ୍ତି।

ଏତଦବ୍ୟତୀତ ରନ୍ଧା ମଦ ପ୍ରସ୍ତୁତି ସାମଗ୍ରୀ ୟୁରିଆ ସାର ୨୫ କିଲୋ ଓ ଗୁଡ ୨୦ ସମେତ ଆନୁସଙ୍ଗିକ ସାମଗ୍ରୀ ଜବତ କରିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନୁତନ ଥାନା ଅଧିକାରୀ ସୌମ୍ୟରଞ୍ଜନ ଯେନା ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ସାଙ୍ଗରେ ନେଇ ଅତର୍କିତ ଭାବେ ଚଢ଼ାଉ କରି ଏହି ସଫଳତା ପାଇଛନ୍ତି।