ଜାତୀୟ ଯୁବ ଦିବସରେ ଯୁବ ସମାଜକୁ କ୍ରାନ୍ତି ଓ ଆଇ.ଅସ.ଆର.ଡି ର ଆହ୍ବାନ…
“ଯୁବ ସମାଜ ସଚେତନ ହୋଇ ନିଶାମୁକ୍ତ ଭାରତ ଗଠନ କରନ୍ତୁ “ବ୍ରହ୍ମପୁର ସହର ରେ ୧୬୩ ତମ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଯଥା ଜାତୀୟ ଯୁବ ଦିବସ ଅବସରରେ “ଯୁବ ସମାଜ ସଚେତନ ହୋଇ ନିଶାମୁକ୍ତ ଭାରତ ଗଠନ କରନ୍ତୁ “ଏହି ବାର୍ତ୍ତା ଯୁବ ସମାଜକୁ ସଂକଳ୍ପ ନେବା ପାଇଁ ବ୍ରହ୍ମପୁର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଓ ଆଇ.ଅସ.ଆର.ଡି – ୱାନ୍ ଷ୍ଟପ ସେଣ୍ଟର ଉଦ୍ୟମରେ ଏମ. କେ.ସି.ଜି. ମେଡିକାଲ କଲେଜ ସାମ୍ନା ରୁ ବାହାରି ବିଜୁ ପଟ୍ଟନାୟକ ସଂସ୍କୃତି ଭବନ, ବ୍ରହ୍ମପୁର ପର୍ଯ୍ୟନ୍ତ ରାଷ୍ଟ୍ରୀୟ ନିର୍ମାଣ ସକାଶେବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଯୁବକ ଯୁବତୀ ମାନଙ୍କୁ ନେଇ ଏକ ସୁସଜ୍ଜିତ ସ୍ବାମୀଜୀଙ୍କ ରଥ ବ୍ରହ୍ମପୁର ସହର ପରିକ୍ରମା କରିବା ସହ ସ୍ୱାମୀଜୀଙ୍କ ବାଣୀ ଯୁବ ସମାଜକୁ ଆହ୍ବାନ କରିବା ସହ ପ୍ରେରଣା ଯୋଗାଇଥିଲା।
ପ୍ରାରମ୍ଭରେ ସମସ୍ତ ଅତିଥି ମାନଙ୍କ ଦ୍ଵାରା ଏମ. କେ.ସି.ଜି. ମେଡିକାଲ କଲେଜ ପରିସରରେ ଥିବା ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପମାଳ ଅର୍ପଣ କରିଥିଲେ। ଏହି ଅବସରରେ ଏମ. କେ. ସି ଜି ମେଡିକାଲ୍ କଲେଜ ଓ ହସପିଟାଲ ର ସୁପେରିଟେଣ୍ଡେଣ୍ଟ ପ୍ରଫେସର ଦୁର୍ଗା ମାଧବ ଶତପଥି, ଆଇ.ଏସ.ଆର.ଡି ନିର୍ଦ୍ଦେଶକ ସୁଧୀର ସାବତ,ମହାନ୍ ସଙ୍ଘ ସଭାପତି ସୁଶାନ୍ତ କୁମାର ସାବତ, ସଖୀ କେନ୍ଦ୍ରର ସେଣ୍ଟର୍ ପ୍ରଶାସିକା ମହେଶ୍ୱତା ପାଢ଼ୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ବାମୀ ବିବେକାନନ୍ଦଙ୍କ ନିଷ୍ଠା ଓ ଏକାଗ୍ରତା ରେ ଅନୁପ୍ରାଣିତ ହୋଇ ବିଶେଷକରି ଯୁବ ସମାଜ କୁ ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ବୋଲି ଆହ୍ୱାନ ଦେଇଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ରୁ ପ୍ରାୟ ୬୦୦ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ଓ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା।
