ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅନୁଷ୍ଠିତ।

ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅନୁଷ୍ଠିତ।

ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅନୁଷ୍ଠିତ।

ବ୍ରହ୍ମପୁର ପୌର ନିଗମ ସମ୍ମିଳନୀ କକ୍ଷରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଛି। ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଅତିଥି ମାନେ ସ୍ବାସ୍ଥ୍ୟ ବିଭାଗ ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ସମ୍ମାନିତ ଅତିଥି ଭାବେ ସିଡିଏମଓ ଡାକ୍ତର ଭବାନୀ ଶଙ୍କର ମିଶ୍ର, ଏଡିଏମ୍ଓ ପିହେଚ୍ ( ଯକ୍ଷ୍ମା) ଡଃ ଅବନୀ କୁମାର ପାତ୍ର, ଡେପୁଟି ମେୟର ବିବେକ ରେଡ଼ି, ପୌର କମିଶନର ସସ୍ୟା ରେଡି, ପୌର ସଦସ୍ୟ ଟି କିଶୋର କୁମାର ପାତ୍ର, ଏମ୍ କରୁଣାକର, ବନିତା ସାହୁ ଓ ଶ୍ୱେତା ସୁରେଖା ତ୍ରିପାଠୀଙ୍କ ସହ ଅନ୍ୟାନ୍ୟ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ମାନେ ଯୋଗ ଦେଇ ପ୍ରଚଳିତ ୧୦୦ ଦିନିଆ ଅଭିଯାନ କୁ ସଫଳ କରିବା ପାଇଁ କର୍ତ୍ତବ୍ୟରତ ସମସ୍ତ କର୍ମଚାରୀଙ୍କୁ ଉପଦେଶ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମ୍ ହସ୍ପିଟାଲ, ଭାରତୀୟ ବିରଳ ମୃତ୍ତିକା ଓ ଗ୍ରାସିମ୍ ପ୍ରାଇଭେଟ୍ ଲିମିଟେଡ ସଂସ୍ଥା ଅଧିକାରୀ ମାନେ ସହଯୋଗ କରିଥିଲେ।

9