ମୋହନା ହିଲ-ଟପ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା ସହ ଦାୟିତ୍ୱ ହସ୍ତାନ୍ତର …ଗଜପତି,୧.୩(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ମୋହନା ଠାରେ ଅବସ୍ଥିତ ହିଲ ଟପ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଭଗବାନ ବିଷୋୟୀ ଇତିହାସ ବିଭାଗ ଅଧ୍ୟାପକ ଫେବୃଆରୀ ୨୮ତାରିଖ ଦିନ ଅବସର ଗ୍ରହଣ କରିଛନ୍ତି। ସେ ଏହି ମାଧ୍ୟମିକ ବିଦ୍ୟାଳୟ ରେ ୧୯୯୨ ମସିହା ଅଗଷ୍ଟ Sbse ୨୮ତାରିଖ ଦିନ ନିଯୁକ୍ତି ପାଇ କାର୍ଯ୍ୟ ଆରମ୍ଭ କରିଥିଲେ। ଶ୍ରୀ ବିଷୋୟୀ ଏହି + ୨ମହାବିଦ୍ୟାଳୟତଥା ମାଧ୍ୟମିକ ବିଦ୍ୟାଳୟ ରେ ଦୀର୍ଘ ୩୪ ବର୍ଷ କାର୍ଯ୍ୟ କରିଥିବା ବେଳେ ଭଲ ଶିକ୍ଷାଦାନ କରି ନିଜ ବିଭାଗରେ ଛାତ୍ର ଛାତ୍ରୀ ମାନେ ଭଲ ନମ୍ବର ରଖି ପରୀକ୍ଷା ଗୁଡିକରେ ଉତ୍ତିର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଛି। ଏହି ମାଧ୍ୟମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦାୟିତ୍ୱ ରେ ଥିବା ପାରଳାଖେମୁଣ୍ଡି ଉପ-ଜିଲ୍ଲାପାଳ ଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଧେଶକ ଙ୍କ ଚିଠି ନମ୍ବର ୨୦୬୪/ତାରିଖ ୨୩.୨.୨୬ପ୍ରକାରେ ବରିଷ୍ଠ ଇଂରାଜୀ ଅଧ୍ୟାପକ ସାମିନି ରମେଶ ଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ସଙ୍ଗେ ପରିଚାଳନା କମିଟି ର ସମ୍ପାଦକ ଭାବେ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ଦ୍ଧେଶ ଦେଇଥିବା ଜଣାପଡିଛି। ଉକ୍ତ ଚିଠି ପ୍ରକାରେ ଅବସର ଗ୍ରହଣ କରିଥିବା ଅଧ୍ୟକ୍ଷ ଶ୍ରୀ ବିଷୋୟୀ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ଶ୍ରୀ ଏସ. ରମେଶ ଙ୍କୁ।
ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ଚାନ୍ଦିପୁଟ ସ୍ଥିତ କଲେଜ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ. କିଶୋର ଚନ୍ଦ୍ର ସାହୁ ଙ୍କ ସମେତ ସ୍ଥାନୀୟ କଲେଜ ର ଅଧ୍ୟାପକ ଡ. ଅନ୍ତର୍ଯ୍ୟାମୀ ଗୌଡ଼,ଡ.ପ୍ରଣବାନନ୍ଦ ପାଟ୍ଟଯୋଶୀ, ଡ. ମନୋରଞ୍ଜନ ପାଣିଗ୍ରାହୀ, ବନିତା ବେହେରା, ଜଗନ୍ନାଥ ପଣ୍ଡା, ଅନିଲ ତ୍ରିପାଠୀ, ଆଶିଷ ଅଧିକାରୀ, ପ୍ରମୋଦିନୀ ପାତ୍ର ଙ୍କ ସମେତ +୨ବିଜ୍ଞାନ ବିଭାଗର ସମସ୍ତ ଅଧ୍ୟାପକ ଙ୍କ ସହିତ କଳା ଏବଂ ବିଜ୍ଞାନ ବିଭାଗର ସମସ୍ତ କର୍ମଚାରୀ ଦାୟିତ୍ୱ ହସ୍ତାନ୍ତର ସମୟରେ ଉପସ୍ଥିତ ଥିଲେ।
