ମୋହନା ହିଲ-ଟପ ମହାବିଦ୍ୟାଳୟ ରେ ବାର୍ଷିକ ଉତ୍ସବ -୨୦୨୬ଆଡମ୍ବର ସହ ଅନୁଷ୍ଠିତ ।

ମୋହନା ହିଲ-ଟପ ମହାବିଦ୍ୟାଳୟ ରେ ବାର୍ଷିକ ଉତ୍ସବ -୨୦୨୬ଆଡମ୍ବର ସହ ଅନୁଷ୍ଠିତ ।

ମୋହନା ହିଲ-ଟପ ମହାବିଦ୍ୟାଳୟ ରେ ବାର୍ଷିକ ଉତ୍ସବ -୨୦୨୬ଆଡମ୍ବର ସହ ଅନୁଷ୍ଠିତ ।

ଗଜପତି (ମନୋଜ ପାଢ଼ୀ)ଆଜି ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ଠାରେ ଅବସ୍ଥିତ ଥିବା ହିଲ-ଟପ ମହାବିଦ୍ୟାଳୟ ଠାରେ ଆଡମ୍ବର ସହ ବାର୍ଷିକ ଉତ୍ସବ -୨୦୨୬ଅନୁଷ୍ଠିତ ହୋଇଥିଲା। ଏହି ବାର୍ଷିକ ଉତ୍ସବ ରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ବନ ଅଧିକାରୀ ଲଷ୍ମୀ ପ୍ରସାଦ ବିଷୋୟୀ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ରହି ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ଙ୍କୁ ଭଲ ମଣିଷ ହୋଇ ଗାଁ ଏବଂ ଜାତିର ସମ୍ମାନ ରଖି କାର୍ଯ୍ୟ କରିବା ସଙ୍ଗେ ନିଜେ ଉଦ୍ୟୋଗପତି ହୋଇ କିଛି ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇଲେ ହିଁ ଭଲ ମଣିଷ ହୋଇ ପାରିବ ବୋଲି ଉପଦେଶ ଦେବା ସଙ୍ଗେ ବିଧାୟକ ଛାତ୍ର ଛାତ୍ରୀ ଙ୍କୁ ଉଚ୍ଚ ଶିକ୍ଷିତ ହୋଇ ରାଜନୀତି କୁ ଆସି ଲୋକ ଙ୍କ ସେବା କରିବା ନିମନ୍ତେ ପ୍ରକାଶ କରିଥିଲେ।

ମୋହନା +୨ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଭଗବାନ ବିଷୋୟୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଙ୍କୁ +୨ ଏବଂ +୩ ର ଦୁଇ ଅଧ୍ୟକ୍ଷ ବିଦ୍ୟାଳୟ ର ଅସୁବିଧା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରି ତାହାର ସୁବିଧା କରିବା ନିମନ୍ତେ ଅନୁରୋଧ କରିବାରୁ ମୁଖ୍ୟ ଅତିଥି ଆଗାମୀ ଦିନରେ ମହାବିଦ୍ୟାଳୟ ର ସମସ୍ତ ଅଭାବ ରହିଥିବା କାର୍ଯ୍ୟ ଗୁଡିକୁ କରାଯିବ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ ଗୁଡିକୁ ବିଧାୟକ ଉପଭୋଗ କରିଥିବା ବେଳେ ଛାତ୍ରୀ ଏବଂ ଛାତ୍ର ମାନଙ୍କୁ ପ୍ରମାଣ ପତ୍ର ସହିତ ପୁରସ୍କୃତ କରିଥିଲେ। ଏହି ବାର୍ଷିକ ଉତ୍ସବରେ ସାଂସଦ ପ୍ରତିନିଧି ଜିତେନ୍ଦ୍ର ବେହେରା, ସିମାଞ୍ଚଳ କାର୍ଜି, ଶରତ ମଲ୍ଲିକ,ଦଣ୍ଡାସୀ ସାହୁ, ମାର୍ସଲ ନାୟକ,+୩ ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତି, ସୁମନ ପଟ୍ଟନାୟକ ଙ୍କ ସହିତ ବହୁ ବିଶିଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ରହି ବାର୍ଷିକ ଉତ୍ସବ କୁ ଉପଭୋଗ କରିଥିଲେ।ମହାବିଦ୍ୟାଳୟ ର ପୂର୍ବତନ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଏବଂ ମୋହନା ର ପୂର୍ବତନ ବିଧାୟକ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ଅବଦାନ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ଉପସ୍ଥିତ ଅତିଥି ମାନେ। ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ପରିଚାଳନା ରେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା।