ମୋହନା ମାଣିକେଶ୍ଵରୀ ଅଙ୍ଗନଓ୍ବାଡି କେନ୍ଦ୍ରରୁ ବିଷଧର ସାପ ଉଦ୍ଧାର ।

Snake found in AWC

ମୋହନା ମାଣିକେଶ୍ଵରୀ ଅଙ୍ଗନଓ୍ବାଡି କେନ୍ଦ୍ରରୁ ବିଷଧର ସାପ ଉଦ୍ଧାର ।ଆର,ଉଦୟଗିରି (ମନୋଜ ପାଢୀ) :- ଗଜପତି ଜିଲ୍ଲା ମୋହନା ବ୍ଲକ ସଦର ମହକୁମାରେ ରହିଥିବା ମାଣିକେଶ୍ଵରୀ ସାହି ଅଙ୍ଗନଓ୍ବାଡି କେନ୍ଦ୍ର ନିକଟରୁ ବିରାଟ ବିଷଧର ସାପ ଉଦ୍ଧାର କରିଛି ବନ ବିଭାଗ । ଉଦ୍ଧାର ସାପଟି ପାହାଡିଆ ଚିତି ହୋଇଥିବା ବେଳେ ଏହା 6 ଫୁଟ ଲମ୍ବର ବୋଲି ସୂଚନା ମିଳିଛି lଗତକାଲି ସକାଳ ୯ ଘଣ୍ଟା ସମୟରେ ଅଙ୍ଗନଓ୍ବାଡି କେନ୍ଦ୍ର ନିକଟରେ ଏକ ବିରାଟ ବିଷଧର ସାପ ଥିବା ଦେଖି ଲୋକେ ଭୟଭୀତ ହୋଇ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ. ବନ ବିଭାଗ କର୍ମଚାରୀ ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ପରେ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ସୂଚନା ମିଳିଛି l