ମୋହନା ବ୍ଲକ ଅନ୍ତର୍ଗତ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୋହନା ପ୍ରବୋଧନ ତାଲିମ ଶିବିର ଅନୁଷ୍ଠିତ
ଗଜପତି,୧.୩(ମନୋଜ ପାଢ଼ୀ)-: ମୋହନା ବ୍ଲକ ଅନ୍ତର୍ଗତ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୋହନା, ଏସ୍ ଏସ୍ ଡି ସ୍କୁଲ ମୋହନା ଓ ଅଡବା ଉଚ୍ଚ ବିଦ୍ୟାଳୟରେ ୭ ଟି ପର୍ଯ୍ୟାୟରେ ପ୍ରବୋଧନ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୭00 ଶିକ୍ଷକ ଓ ଶିକ୍ଷୟିତ୍ରୀ ତାଲିମ ନେଇଥିଲେ। ଗତ ୧୨ ଜାନୁଆରୀରୁ ୨୭ ଫେବୃଆରୀ ପର୍ଯ୍ୟନ୍ତ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ତାଲିମ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ନରେନ୍ଦ୍ର ବେହେରା, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ମଦନ କହଁର ପରିଦର୍ଶନ କରି ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ବିଭିନ୍ନ ବିଷୟରେ ବୁଝାଇବା ସହ ଉପଦେଶ ଦେଇଥିଲେ। ଶିକ୍ଷକ ରବିନାରାୟଣ ମହାରଣା, ଦେବାଶିଷ ସାହୁ ଓ କେଦାରନାଥ ପାଣିଗ୍ରାହୀ ସାଧନ କର୍ମୀ ରୂପେ ତାଲିମ ପ୍ରଦାନ କରିଥିଲେ। ବ୍ଲକ ସାଧନ କର୍ମୀ ସୁମନ୍ତ ପ୍ରଧାନ ଓ ଶିକ୍ଷକ ଶିବରାମ ବେହେରା ତାଲିମ କେନ୍ଦ୍ରକୁ ପରିଚାଳନା କରିଥିଲେ।
