ମୋହନା ବ୍ଲକର କିଛି ଅଞ୍ଚଳରେ ଖରାଦିନ ନ ଆସୁଣୁ ପାନୀୟ ଜଳର ଅଭାବ ବେଳେ ଘର ନିର୍ମାଣ କାମରେ ପିଇବା ପାଣି ବ୍ୟବହାରକୁ ବିରୋଧ କଲେ ଗ୍ରାମବାସୀ ।

ଗଜପତି:୨୧/୨(ମନୋଜ ପାଢ଼ୀ) ଖରାଦିନ ଆରମ୍ଭ ନ ହେଉଣୁ ପିଇବା ପାଣିର ଅଭାବ ପରିଲକ୍ଷିତ ହୋଇଥିବାବେଳେ ପିଇବା ପାଣିକୁ ନେଇ ଘର ନିର୍ମାଣ କାମରେ ଲଗାଯାଉଥିବାରୁ ଏହାକୁ ବିରୋଧ କରିଛନ୍ତି ମହିଳାମାନେ । ଏଭଳି ଘଟଣା ଦେଖୁବାକୁ ମିଳିଛି ମୋହନା ବ୍ଲକ ଲିଲିଗଡ଼ ପଞ୍ଚାୟତର ଏକ୍ରିକୂପା ଗ୍ରାମରେ ଗୁରୁବାର ଦିନ ଟ୍ରାକ୍ଟରରେ ପାଣି ନେଇ ଯାଉଥିବା ପାଣି ଟାଙ୍କି ଗାଡ଼ିକୁ ଅଟକାଇ ପ୍ରତିବାଦ କରିଛନ୍ତି ଗ୍ରାମର ମହିଳାମାନେ. ଖରାଦିନେ ଆରମ୍ଭ ନ ହେଉଣୁ ଅଞ୍ଚଳରେ ଲୋକଙ୍କୁ ଠିକ୍ ଭାବରେ ପିଇବା ପାଇଁ ପାଣି ମିଳୁ ନ ଥିବା ବେଳେ ପଞ୍ଚାୟତ ସରପଞ୍ଚଙ୍କ ପୂର୍ଣ୍ଣଚନ୍ଦ୍ର ମଳିକଙ୍କ ନିର୍ଦ୍ଦେଶ କ୍ରମେ ବସୁଧା ଯୋଜନାରେ ନିର୍ମାଣ ହୋଇଥ‌ିବା ୩୦ ହଜାର ଲିଟର ବିଶିଷ୍ଟ ପାଣି ଟାଙ୍କିରୁ ସିଧାସଳଖ ନିକଟସ୍ଥ ଢେପାପଦର ଗାଁର ଜଣେ ବ୍ୟକ୍ତି ପାଣି ଟାଙ୍କି ଗାଡ଼ି ଘର କାମ ପାଇଁ ନେଉଥିବା ବେଳେ ଗାଡ଼ିକୁ ଅଟକାଇଛନ୍ତି ଗାଁର ମହିଳାମାନେ ।