ମୋହନା ବିଧାୟକ ଦାଶରଥି ଗମାଙ୍ଗ ଙ୍କୁ ନିଲମ୍ବିତ ବିରୋଧରେ ହଜାର ହଜାର ସମର୍ଥକ ଙ୍କ ବାଇକ ଶୋଭାଯାତ୍ରା ।ଗଜପତି (ମନୋଜ ପାଢ଼ୀ)ଗଜପତି ଜିଲ୍ଲା ମୋହନା ବିଧାୟକ ଦାଶରଥି ଗମାଙ୍ଗ ରାଜ୍ୟ ସଭା ନିର୍ବାଚନ ରେ କ୍ରସ ଭୋଟିଙ୍ଗ କରିଥିବା ଅଭିଯୋଗ ରେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କଂଗ୍ରେସ ଦଳରୁ ନିଲମ୍ବିତ କରିବା ପ୍ରତିବାଦ ରେ ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀ ଓ ନେତା ମାନେ ହଜାର ହଜାର ସଂଖ୍ୟାରେ ଆଜି ମୋହନା କଲ୍ୟାଣ ମଣ୍ଡପ ପରିସର ରୁ ବାହାରି ମୋହନା ବ୍ଲକ ର ବିରିକୋଟ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଏକ ବିରାଟ ବାଇକ ଶୋଭାଯାତ୍ରା ବିଧାୟକ ଙ୍କ ସମର୍ଥନ ରେ ବାହାରିଥିଲେ। ବିଧାୟକ ଦାଶରଥି ଗମାଙ୍ଗ ପ୍ରାୟ ୩୦ବର୍ଷ ରୁ ଉର୍ଦ୍ଧ ହେବ କଂଗ୍ରେସ ଦଳରେ ରହି ଦଳକୁ ରାଜ୍ୟରେ ପରିଚିତ କରିବା ସଙ୍ଗେ ଅଞ୍ଚକର ଉନ୍ନତ୍ତି ରେ କାର୍ଯ୍ୟ କରୁଛନ୍ତି ସେ ଲୋକଙ୍କ ନେତା ହିସାବରେ ଲୋକଙ୍କ ହୃଦୟରେ ରହିଛନ୍ତି ଏବଂ ଆଗାମୀ ଦିନରେ ରହିବେ ମଧ୍ୟ, ତେଣୁ ବିଧାୟକ ଙ୍କ ଉପରେ ନିଆଯାଇଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ନିମନ୍ତେ ଦାବିକରିଛନ୍ତି।
ମୋହନା ବ୍ଲକ କଂଗ୍ରେସ ସଭାପତି ରମେଶ ବିଷୋୟୀ ପ୍ରକାଶ କରିଛନ୍ତି କି ଦୀର୍ଘ ଦିନ ହେଲାଣି ବିଧାୟକ ଙ୍କୁ ବିରୋଧ କରୁଥିବା ଏବଂ କଂଗ୍ରେସ ଦଳରେ ନ ରହିଥିବା ବ୍ୟକ୍ତି ବିଧାୟକ ଙ୍କ କୁଶପୁତ୍ତଳିକା ଦାହ କରିଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ଏବଂ ସେମାନଙ୍କୁ ଉଚିତ ଜବାବ ଶୋଭାଯାତ୍ରା ମାଧ୍ୟମରେ ଦେଇଥିବା ଦେଖିବାକୁ ମିକିଥିଲା।
i
