ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ କୁଶପୁତ୍ତଳିକା ଦାହ କଲେ କଂଗ୍ରେସ କର୍ମୀ ।
ଗଜପତି,୧୮.୩ (ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା କଂଗ୍ରେସ୍ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ପରେ ପ୍ରଦେସ କଂଗ୍ରେସ୍ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା , ଗତ କାଲି ନିଲମ୍ବନ ପରେ ବିଭିନ୍ନ ମହଲରୁ ବିରୋଧ ସହ ତାଙ୍କୁ ବହିସ୍କାର ପାଇଁ ଦାବି ହୋଇଥିଲା । ହେଲେ ଆଜି ରାଜ ରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ କର୍ମୀ , ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ଷୋବ ପଦର୍ଶନ ସହ ବିଧାୟକ ବିରୋଧୀ ନାରାବାଜି କରି ଦାଶରଥି ଗମାଙ୍ଗ ଙ୍କ କୁଶପୁତଳିକ ଦାହ କରିଛନ୍ତି । ମୋହନା , ରା ଉଦୟଗିରି , ରାୟଗଡ , ନୂଆଗଡ ଆଦି ବ୍ଲକରେ କଂଗ୍ରେସ କର୍ମୀ ମାନେ ବିଧାୟକ ଙ୍କ କୁଶପୁତଳିକା ଦାହ କରିଛନ୍ତି । ସେ ଟଙ୍କା ପାଇଁ ଜିଲ୍ଲା ବାସୀ ଓ କଂଗ୍ରେସ କର୍ମୀଙ୍କୁ ଧୋକା ଦେଇଛନ୍ତି ତେଣୁ ତାଙ୍କୁ ଦଳରୁ ବହିସ୍କାର ଦାବି କରିବା ସହ ଆଗାମୀ ଦିନରେ କର୍ମୀଙ୍କ ବୋରୋଧର ସମ୍ମୁଖୀନ ହେବାକୁ ପଡିବ ବୋଲି କହିଛନ୍ତି ।
ଅନ୍ୟ ପକ୍ଷରେ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଜିଲ୍ଲା ଗସ୍ତ କରି ସଂଘଠନ ସମ୍ଭାଳିବା ପାଇଁ କସରତ ଆରମ୍ଭ କରିଛନ୍ତି , ବିଭିନ୍ନ ସ୍ତରରେ ପୁରାତନ ନେତା ଓ କର୍ମୀଙ୍କ ସହ ଆଲୋଚନା କରି ସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି । ଜିଲ୍ଲା ଓ ବ୍ଲକରେ ନୂତନ କର୍ମକର୍ତ୍ତା ଚୟନ ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ଆଗାମୀ ଦିନରେ କିଭଳି ଭାବେ ଜିଲ୍ଲାରେ କଂଗ୍ରେସ ଦୃଢ଼ ସଙ୍ଗଠନ କରିବ ତାହା ଉପରେ ଆଲୋଚନା କରାଯାଇଥିବା କହିଥିଲେ । ଏନେଇ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବାଳକୃଷ୍ଣ ମଲିକ , ରେଜିନା ପ୍ରଧାନ , କୈଳାଶ ବଡ ରଇତ , ରମେଶ ବିଶୋଈ , ଲକ୍ଷ୍ମଣ ବଳିଆର ସିଂ ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ ।
