ମୋହନାରେ ପାନୀୟ ଜଳ ସଙ୍କଟ, ଦିନେ ଛଡ଼ା ଦିନେ ପାଣି।

ମୋହନାରେ ପାନୀୟ ଜଳ ସଙ୍କଟ, ଦିନେ ଛଡ଼ା ଦିନେ ପାଣି।

ମୋହନାରେ ପାନୀୟ ଜଳ ସଙ୍କଟ, ଦିନେ ଛଡ଼ା ଦିନେ ପାଣି।

ଗଜପତି,୧୭.୩(ମନୋଜ ପାଢ଼ୀ):- ସରକାର ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ପାନୀୟ ଜଳ ସଙ୍କଟ ଦୂର ହୋଇ ପାରୁନାହିଁ।ଯାହା ଫଳରେ ଲୋକେ ପାନୀୟ ଜଳ ପାଇଁ ଡହଳ ବିକଳ ହେବାକୁ ପଡୁଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୋହନା ନିର୍ବାଚନ ମଣ୍ଡଳୀ ର ମୋହନା ସହର ରେ। ମୋହନା ସହର ରେ ପାନୀୟ ଜଳ ସଙ୍କଟ କୁ ନେଇ ବହୁବାର ବ୍ଲକ୍ ପ୍ରଶାସନ ଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖରେ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ। କିନ୍ତୁ କୌଣସି ଅଧିକାରୀ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି। ସହର ରେ ପାଖା ପାଖି ଦଶ ହଜାର ରୁ ଉର୍ଦ୍ଧ୍ବ ଲୋକେ ବସବାସ କରୁଥିବା ବେଳେ ବର୍ତ୍ତମାନ ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ ସମସ୍ୟା। ମୋହନା ଶିବ ମନ୍ଦିର ନିକଟସ୍ଥ ନଦୀ ପାର୍ଶ୍ବ ରେ ବହୁ ପୁରୁଣା ଦୁଇଟି ଇଣ୍ଟେକ ୱାଲ୍ ରହିଛି। ସେହି ଇଣ୍ଟେକ୍ ୱାଲ୍ ରୁ ସିଧା ନଦୀ ପାଣି କୌଣସି ଫିଲ୍ଟର ନ ହୋଇ ସହର କୁ ସପ୍ଲାଏ କରାଯାଉଛି। ସେଠାରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଫିଲଟର ନିର୍ମାଣ ହୋଇଥିଲା କିନ୍ତୁ ତାହା ଏବେ ଅଚଳ ହୋଇ ପଡ଼ି ରହିଛି। ଅଚଳ ହେବା ଫଳରେ ସିଧା ସଳଖ ନଦୀ ପାଣି ସହର ବାସିନ୍ଦା ବ୍ୟବହାର କରୁଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ଆରମ୍ଭ ରୁ ସହର ରେ ପାନୀୟ ଜଳ ସଙ୍କଟ ଦେଖିବାକୁ ମିଳିଛି। ସହର ରେ ପାନୀୟ ଜଳ ଯୋଗାଣ ରେ ପ୍ରତ୍ୟେକ ସାହିକୁ ଦିନେ ଛଡ଼ା ଦିନେ ପଞ୍ଚାୟତ ପକ୍ଷରୁ ଯୋଗା ଯାଉଛି। ଯାହାକୁ ନେଇ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି ସହର ବାସିନ୍ଦା।ସହର ରେ ଥିବା ନାରାୟଣ ନଗର ବାସିନ୍ଦା ଙ୍କୁ ଆଜି ପର୍ଯ୍ୟନ୍ତ ସପ୍ଲାଏ ପାଣି ପହଞ୍ଚି ପାରିନାହିଁ। ପାଖା ପାଖି ୧୦୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ଗୋଟିଏ ମାତ୍ର ସୋଲାର ମାଧ୍ୟମ ରେ ପିଇବା ପାଣି ଯୋଗା ଯାଉଛି। ହେଲେ ସବୁଦିନ ସୋଲାର ରେ ପାଣି ଆସି ପାରୁନି ଯାହା ଫଳରେ ସାହି ବାସିନ୍ଦା ଙ୍କୁ ପାଣି ନିଅଣ୍ଟ ପଡୁଛି। ଅନେକ ସମୟରେ ପିଇବା ପାଣି କୁ ମହିଳା ଙ୍କ ମଧ୍ୟରେ ଝଗଡ଼ା ହେଉଥିବା ନେଇ ନଜିର ରହିଛି। ଖାଲି ଗୋଟିଏ ସାହି ନୁହଁ ସହର ର କଲେଜ୍ ରୋଡ, ମାଣିକେଶ୍ଵରୀ ସାହି, ସନ୍ତୋଶି ନଗର, ପାତ୍ର ସାହି, ବାରି ସାହି କଣ୍ଟେଇକୋଳି ଓ ଶ୍ରୀରାମ ନଗର ରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଯାହାକୁ ନେଇ ଆଗକୁ ଆହୁରି ସମସ୍ୟା ବଢିବା ନେଇ ଆଶଙ୍କା କରାଯାଉଛି।

ଏ ନେଇ ବିଭାଗୀୟ ଯନ୍ତ୍ରୀ କହିଛନ୍ତି ବିଡ଼ିଓ ଙ୍କୁ ସମସ୍ୟା ବିଷୟରେ ଅବଗତ କରାଯାଇ ପାଖା ପାଖି ୬୦ ଲକ୍ଷ୍ୟ ଟଙ୍କା ର ଏକ ପ୍ରୋଜେକ୍ଟ ନିର୍ମାଣ ପାଇଁ ଇଷ୍ଟିମେଟ ଦିଆ ଯାଇଛି। ଯଦି ସେହି ପ୍ରୋଜେକ୍ଟ ନିର୍ମାଣ ହେବ ତା ହେଲେ ପାନୀୟ ଜଳ ସଙ୍କଟ ଦୂର ହେବ ବୋଲି କହିଛନ୍ତି। ଅନ୍ୟପଟେ ସହର ରେ ପାଖା ପାଖି ୨୫ ରୁ ଉର୍ଦ୍ଧ୍ବ ନଳକୂପ ରହିଥିଲେ ମଧ୍ୟ କେଉଁଠୁ ନାଲି ରଙ୍ଗର ପାଣି ବାହାରୁଥିବା ବେଳେ ଆଉ କେଉଁଠି ନଳକୂପ ଅଚଳ ଅବସ୍ଥାରେ ପଡ଼ି ରହିଛି।