ମୋହନାରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦଯାପିତ ।
ଗଜପତି (ମନୋଜ ପାଢ଼ୀ)ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଜିଲ୍ଲାର ବିଭିନ୍ନ ଏସଏସଡ଼ି ବିଦ୍ୟାଳୟ ଗୁଡ଼ିକୁ ନେଇ ମୋହନା ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆଠାରେ ଜିଲ୍ଲା ସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦଯାପିତ ହୋଇଯାଇଛି। ଦୁଇ ଦିନ ଧରି ଚ଼ାଲିଥିବା ଏହି ମହୋତ୍ସବର ପ୍ରଥମ ଦିବସରେ ସ୍ଥାନୀୟ ତାରିଣୀ ମନ୍ଦିର ଠାରୁ ବିଶାଳ ଶୋଭାଯାତ୍ରାରେ କ୍ରୀଡ଼ାବିତ ମାନେ ମଶାଲ ଶୋଭାଯାତ୍ରା ରେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚି ଥିଲେ। ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ସଚ୍ଚିଦାନନ୍ଦ ପୃଷ୍ଟି ମହୋତ୍ସବକୁ ଉଦଘାଟନ କରିଥିଲେ। ରହି ଦୁଇ ଦିନିଆ ଖେଳ ମହୋତ୍ସବରେ ମଧ୍ୟ ସଭାପତିତ୍ବ କରିଥିଲେ।ଜିଲ୍ଲା ଶିକ୍ଷା ନିରୀକ୍ଷକ ରମେଶ ଚନ୍ଦ୍ର ଦାସ ମୁଖ୍ୟ ଅତିଥି,ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ ମୁଖ୍ୟବକ୍ତା ଓ ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ବେହେରା ସମ୍ମାନୀତ ଅତିଥି ଏବଂ ସାଂସଦ ପ୍ରତିନିଧି ଜିତେନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ।
ଜିଲ୍ଲାର ୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,୧୩ଟି ଉଚ୍ଚ ବିଦ୍ୟାଳୟ,୩୩ଟି ଆଶ୍ରମ ସ୍କୁଲ,୧୪ଟି ସେବାଶ୍ରମ ସ୍କୁଲ , ପାରଳାଖେମୁଣ୍ଡି ସ୍ଥିତ ଅନ୍ୱେଷା ଅନୁଷ୍ଠାନ ଓ କଳିଙ୍ଗ ଆବାସିକ ବିଦ୍ୟାଳୟ, ମହେନ୍ଦ୍ରଗଡ଼ ବିଦ୍ୟାଳୟ ମିଶି ମୋଟ ୫ ଶହରୁ ଉର୍ଦ୍ଧ୍ଵ ବରିଷ୍ଠ ଓ କନିଷ୍ଠ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ଉଦଯାପନୀ ଉତ୍ସବରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୋଲମନ ରାଇକା ସଭାପତିତ୍ତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଗୋଷ୍ଠି ଉନ୍ନୟନ ଅଧିକାରୀ ରାଜୀବ ଦାସ, ସମ୍ମାନୀତ ଅତିଥି ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ନାୟକ,ହରେକୃଷ୍ଣ ପାଣିଗ୍ରାହୀ,ନାରାୟଣ ପ୍ରଧାନ, ରାମଚ଼ନ୍ଦ୍ର ଦଳବେହେରା,ସଂଜୀବ କୁମାର ନାୟକ ପ୍ରମୂଖ ମଞ୍ଚାସୀନ ଥିଲେ। ଅତିଥି ମାନେ ନିଜ ବକ୍ତବ୍ୟରେ କ୍ରୀଡାର ମହତ୍ତ୍ୱ ,ନିରୋଗ,ସୁସ୍ଥବାନ ଓ କ୍ରୀଡ଼ାର ଉପକାରୀତା ସଂପର୍କରେ ଅବଗତ କରାଇଥିଲେ।
ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ଜାଭଲିନ ଥ୍ରୋ,ଡ଼ିସକସ ଥ୍ରୋ,ହାଇଜମ୍ପ, ଲଙ୍ଗଜମ୍ପ,ସଟଫୁଟ,୧୦୦ ରୁ ୧୫ ଶହ ମିଟର ଦୌଡ଼ ଆଦି ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ସିଲ ପ୍ରଦାନ କରାଯାଇଥିବା ବେଳେ ଛଅ ଜଣ ଖେଳାଳିଙ୍କୁ ଚମ୍ପିଆନ ଭାବେ ପୁରଷ୍କୃତ କରାଯାଇଥିଲା। କ୍ରୀଡ଼ା ଶିକ୍ଷକ ଉମେଶ ଚନ୍ଦ୍ର ମିଶ୍ରଙ୍କ ନେତ୍ଵତ୍ଵରେ ୨୪ ଜଣ କ୍ରୀଡ଼ା ଶିକ୍ଷକ ଖେଳ ଗୁଡ଼ିକୁ ପରିଚାଳନା କରିଥିଲେ। ପିଏମଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୋହନା ର ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହୋତ୍ସବ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିବା ଦେଖିବାକୁ ମିକିଥିଲା।
