ମୁରମ ବଦଳରେ ଚକଟା ମାଟି ପକାଇ ମରଣଯନ୍ତା ସୃଷ୍ଟି କରିଛି ପୂର୍ତ୍ତ ବିଭାଗ ।

ମୁରମ ବଦଳରେ ଚକଟା ମାଟି ପକାଇ ମରଣଯନ୍ତା ସୃଷ୍ଟି କରିଛି ପୂର୍ତ୍ତ ବିଭାଗ ।

ମୁରମ ବଦଳରେ ଚକଟା ମାଟି ପକାଇ ମରଣଯନ୍ତା ସୃଷ୍ଟି କରିଛି ପୂର୍ତ୍ତ ବିଭାଗ ।

ଗଜପତି,୩୧.୩(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଲାବାଣ୍ୟଗଡ ଠାରୁ ଜଙ୍ଗଲପାଡୁ ରାଜ୍ୟରାଜପଥ-4 ରାସ୍ତା ତଟରେ ମୁରମ ମାଟି ପକାଇବା ବଦଳରେ ଚକଟା ମାଟି ପକାଇ ମରଣଯନ୍ତା ସୃଷ୍ଟି କରିଛି ପୂର୍ତ୍ତ ବିଭାଗ । ଗତ ଦୁଇ ଦିନ ହେଲା ଏହି ରାଜ୍ୟରାଜପଥ କଡରେ ମାଟି ପକା କାମ ଚାଲୁ ରହିଛି । ତେବେ ଏହି ଚକଟା ମାଟି ପକାଯିବା ଯୋଗୁଁ ଛୋଟ ଗାଟି ମୋଟର ଆବଶ୍ୟକସ୍ଥଳେ ରାସ୍ତା ପାର୍ଶ୍ବକୁ ଯାଇପାରୁ ନଥିବା ବେଳେ ଏହି ରାସ୍ତା ମଧ୍ୟରେ ଥିବା ଗ୍ରାମାଞ୍ଚଳର ଲୋକେ ନିଜ ନିଜ ଘର କିମ୍ବା ଦୋକାନକୁ ଯିବାରେ ସମସ୍ୟା ଭୋଗୁଥିବାର ଅଭିଯୋଗ ହୋଇଛି । ସୂଚନା ପ୍ରକାରେ ଗତ କିଛି ମାସ ହେଲା ଲାବାଣ୍ୟଗଡ-ଗୁଣୁପୁର ରାଜ୍ୟରାଜପଥର ରକ୍ଷାଣାବେକ୍ଷଣ କରାଯାଇ ରାସ୍ତା ନିର୍ମାଣ କରାଯାଇଥିଲା । ନୂତନ ରାସ୍ତା ନିର୍ମାଣ ପରେ ଏହାର ପାର୍ଶ୍ବବର୍ତ୍ତୀ ତଥା ରାସ୍ତା ତଟ ସ୍ଥାନ ସାମାନ୍ୟ ଖାଲ ହୋଇଯାଇଥିଲା । ଏହାପରେ ରାସ୍ତା ତଟରେ ମାଟି ପକାଯାଇ ଉଚ୍ଚତା ବୃଦ୍ଧି ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ କାମ ଆରମ୍ଭ କରାଯାଇଛି । ସରକାରୀ ନିୟମାନୁସାରେ ମୁରମ ପକାଯିବା କଥା ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ବର୍ତ୍ତମାନ ଚକଟା ମାଟି ବା ଜମି ମାଟି ଆଣି ପକାଯାଉଛି । ଫଳରେ ଯାତାୟତ କରୁଥିବା ଗାଡି ମୋଟର ଠାରୁ ଆରମ୍ଭ କରି ପଥଟାରୀମାନେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପକ୍ଷରେ ଗତ ଦୁଇ ଦିନ ହେଲା ଏହି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଥିବା ଯୋଗୁଁ ପୂର୍ତ୍ତ ବିଭାଗ ପକ୍ଷରୁ ପକାଯାଇଥିବା ଚକଟା ମାଟି କର୍ଦ୍ଦମାକ୍ତ ହୋଇପଡିବା ସହ ଲୋକେ ନିଜ ନିଜ ଘର କିମ୍ବା ଦୋକାନକୁ ମଧ୍ୟ ଯାଇପାରୁନାହାନ୍ତି । ଏହି ଚକଟା ମାଟି ଉପରେ ଗୋଡ ପଡିଲେ କିମ୍ବା ଗାଡି ଗଲେ ଖସିଯିବା ଭୟ ରହୁଥିବା ବେଳେ କାଦୁଅ ଭରା ହୋଇପଡିଥିବାରୁ ଗାଡି ମୋଟର ଜରୁରୀ ପରିସ୍ଥିତି କିମ୍ବା ଆବଶ୍ୟକ ସ୍ଥଲେ ରାସ୍ତା କଡକୁ ଯାଇପାରୁ ନାହାନ୍ତି । ସେପଟେ ଏହି ରାସ୍ତାରେ ଗତ ଦୁଇ ଦିନ ହେଲା ଛୋଟ ବଡ ଦୁର୍ଘଟଣା ମଧ୍ୟ ଘଟି ମୃତହାତ ହେଉଥିବାର ନଜିର ରହିଛି । ତେଣୁ ଏହି ଚକଟା ମାଟିକୁ ବାହାର କରାଯାଇ ସରକାରୀ ନିୟମ ମୁତାବକ ମୁରମ ମାଟି ଆଣି ପକାଇବା ପାଇଁ ଦାବୀ ହୋଇଛି । ଯଦି ତୁରନ୍ତ ଏପରି ନକରାଯାଏ ତେବେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ କହିଛନ୍ତି ।