ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୪୭୧ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଓ ଅନ୍ତ୍ୟୋଦୟ ଗୃହ କିସ୍ତି ବଣ୍ଟନ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୪୭୧ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଓ ଅନ୍ତ୍ୟୋଦୟ ଗୃହ କିସ୍ତି ବଣ୍ଟନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ୱାରା ରାଜ୍ୟର ୪୭୧ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ କରାଗଲା। ସେ ସହିତ ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ଦ୍ଦିଷ୍ଟ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୪୦,୦୦୦ ଟଙ୍କା ବଣ୍ଟନ କରିଛନ୍ତି।ଏହାରେ ମୋହର ଲାଗିଛି ୨୮ ଜିଲ୍ଲାର ୪୮,୬୯୩ ହିତାଧିକାରୀ। ସମୁଦାୟ ସେବା ପାଇଁ ୧୯୪ କୋଟି ୭୭ ଲକ୍ଷ ୨୦ ହଜାର ଟଙ୍କା ବଣ୍ଟିତ ହୋଇଛି।ମୁଖ୍ୟମନ୍ତ୍ରୀ କହିଛନ୍ତି, “ପଞ୍ଚାୟତ କାର୍ଯ୍ୟାଳୟଗୁଡିକ ଏବେ ଆଧୁନିକ ‘ୱାନ-ଷ୍ଟପ୍’ ସେବା କେନ୍ଦ୍ର ଭାବେ କାମ କରିବ। ଆମ ସରକାରର ମୂଳମନ୍ତ୍ର ହେଉଛି ଶାସନ ନୁହେଁ, ସେବା।”