ମୁକୁନ୍ଦପୁର ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ମୁକୁନ୍ଦପୁର ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ରାୟଗଡା : ରାୟଗଡା ଜ଼ିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନରେନ୍ଦ୍ର ନିଶାଲଙ୍କ ସଭାପତିତ୍ବରେ ଆୟୋଜିତ ବାର୍ଷିକ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପିତୃଦେବ ବିଡିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୈଳାସପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶିକେଶନ ବାଗ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ | ସିଆରସିସି ଶ୍ରୀକାନ୍ତ ଜେନା, ଅବସରପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ଭି. ସତ୍ୟ ନାରାୟଣ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ ଦୁଇ ବିଭାଗର ଭାରପ୍ରାପ୍ତ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦ୍ଵୀପ ପ୍ରଜ୍ଜ୍ୱଳନ କରାଯିବା ପରେ ଅତିଥିଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯିବା ପରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମୁଲ୍ୟ ମାଳି ବାର୍ଷିକ ବିବରଣୀ ପାଠ କରିଥିଲେ | ଏହିଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଶାରୀରିକ, ମାନସିକ ଓ ସାମାଜିକ ସ୍ତରରେ ବିକାଶ ହେବା ସହ ଅଧ୍ୟୟନରେ ମଧ୍ୟ ସହାୟକ ହୋଇଥାଏ ଏବଂ ପିଲାଙ୍କ ଲୁକ୍କାୟିତ ପ୍ରତିଭାର ବିକଶିତ ହୋଇଥାଏ ବୋଲି ଉପସ୍ଥିତ ଅତିଥିଗଣ ମତବ୍ୟକ୍ତ କରିଥିଲେ | ପରେ ବିଦ୍ୟାଳୟରେ ଆୟୋଜିତ ବାର୍ଷିକ କ୍ରୀଡାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥି ଦ୍ଵାରା ପୁରସ୍କୃତ କରି ଉତ୍ସାହିତ କରିଥିଲେ | ପରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ଦମୟନ୍ତୀ ଦଳେଇ, ସଦସ୍ୟ ଟୁଟୁ ସାହୁ, ପ୍ରଫୁଲ ବିଡିକା, ସଭ୍ୟା ମମିତାରାଣୀ ଦୋରା, ତୁଳସୀ ବିଡିକା ଓ ସୋନାଲି କୌଶଲ୍ୟା ପ୍ରମୁଖ ଉପସ୍ଥିତ ରହି ପିଲାଙ୍କୁ ଉତ୍ସାହିତ କରିଥିଲେ | ବିଦ୍ୟାଳୟର ସହକାରୀ ଶିକ୍ଷକ ଦେବେନ୍ଦ୍ର ଦୋରା ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ସୋମନାଥ ଦାସ, ଜେ. ରାମକ୍ରିଷ୍ଣା, ବାଳକୃଷ୍ଣ ଗମାଙ୍ଗ, ଲକ୍ଷ୍ମୀକାନ୍ତ ରାଉତ, ସୁମନ୍ତ କୁମାର ନାୟକ, ଦେବାଶିଷ ଖାଡାଙ୍ଗା ସମେତ ଶିକ୍ଷୟିତ୍ରୀ ଅନୀଲ କୁମାରୀ ପାଢ଼ୀ, ଲିଲିପ୍ରିୟା ଶ୍ରଭା ସାହୁ, ଅନିତା ନାଗ, ପ୍ରୀତିସୁଦ୍ଧା ପଣ୍ଡା, ଟି. ଲକ୍ଷ୍ମୀ ନାରାସାମ୍ମା, ଜିତାରାଣୀ ସେନାପତି, କବିତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ | ଶେଷରେ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ନିଶାଲ ଧନ୍ୟବାଦ ଅର୍ପଣ କରିଥିଲେ |ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *