ମିନିଗାଁଗୁଡା ଗାଁକୁ ରସ୍ତ ନଥିବାରୁ ଅଖିଳ ଭାରତ କିଶାନ୍ ମଜଦୁର ସଭା ଜିଲ୍ଲା କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ସ୍ମାରକ ପତ୍ର ପ୍ରଦାନ ।
ଗଜପତି,୧୦.୩(ମନୋଜ ପାଢ଼ୀ):- କାଶୀନଗର ବ୍ଲକର କେ.ସୀତାପୁର ପଞ୍ଚାୟତ ଅନ୍ତର୍ଗତ ମିନିଗାଁଗୁଡା ଗାଁକୁ ରସ୍ତ ନଥିବାରୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ବାରମ୍ବାର ଆନ୍ଦୋଳନ ଏବଂ ଅଭିଯୋଗ ପରେ ମଧ୍ୟ ଗ୍ରାମବାସୀ ଙ୍କ ସମସ୍ଯାକୁ ଗୁରୁତ୍ଵ ଦିଆଯାଉ ନଥିବାରୁ ଆଜି ଅଖିଳ ଭାରତ କିଶାନ୍ ମଜଦୁର ସଭା ଜିଲ୍ଲା କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହନନଗାଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିବା ସହ ରାସ୍ତା ସମସ୍ୟାର ସମାଧାନ ନିମନ୍ତେ ଅନୁରୋଧ କରିଛନ୍ତି । ଯଦି ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ଵ ନଦିଏ ପୁଣି ଥରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କୁହା ଯାଇଛି । ସୂଚନା ଥାଉକି ପ୍ରାୟ ୬୦ ରୁ ଉର୍ଦ୍ଧ ପରିବାରର ୫୦୦ଉର୍ଦ୍ଧ ଜନବସତି ବିଶିଷ୍ଠ ଗ୍ରାମର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ।
ବିଶେଷ କରି ଗ୍ରାମ ଠାରୁ ମୁଖ୍ୟ ସଡ଼କକୁ ମାତ୍ର ଦୁଇ କିଲୋମିଟର ରାସ୍ତା ନିର୍ମାଣ ହୋଇନଥିବାରୁ ଗ୍ରାମବାସୀଙ୍କୁ ଯାତାୟାତ ପାଇଁ ବହୁ ସମସ୍ୟାର ସମୁଖୀନ ହେଉଛନ୍ତି । ରୋଗୀଙ୍କୁ ଚିକିତ୍ସା ପାଇଁ ମେଡିକାଲ ଠାରୁ ଆରମ୍ଭ କରି ପିଲାମାନେ ପାଠପଢ଼ିବା ପାଇଁ ଯାତାୟାତର ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି ।
ବିଶେଷ କରି ବର୍ଷା ଋତୁରେ ଗ୍ରାମବାସୀଙ୍କ ନାହିଁନଥିବା ଅସୁବିଧାର ଭୋଗୁଛନ୍ତି। ଏହି ସମସ୍ୟାକୁ ନେଇ ପୂର୍ବରୁ ଗ୍ରାମବାସୀମାନେ ବହୁବାରଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ରାସ୍ତା ନିର୍ମାଣର କାର୍ଯ୍ୟ ହୋଇ ପାରିନାହିଁ।
