ମିନାଝୋଲା ଜନକଲ୍ୟାଣ ଗୁରୁକୁଳ ଆଶ୍ରମ ରେ ପାଠପଢ଼ା ନିମନ୍ତେ ଦରଖାସ୍ତ ଗ୍ରହଣ ଆରମ୍ବ

ମିନାଝୋଲା ଜନକଲ୍ୟାଣ ଗୁରୁକୁଳ ଆଶ୍ରମ ରେ ପାଠପଢ଼ା ନିମନ୍ତେ ଦରଖାସ୍ତ ଗ୍ରହଣ ଆରମ୍ବ

ମିନାଝୋଲା ଜନକଲ୍ୟାଣ ଗୁରୁକୁଳ ଆଶ୍ରମ ରେ ପାଠପଢ଼ା ନିମନ୍ତେ ଦରଖାସ୍ତ ଗ୍ରହଣ ଆରମ୍ବ

ରାୟଗଡା (ଅମୁଲ୍ୟ ନିଶଙ୍କ ): ରାୟଗଡା ଜିଲ୍ଲାର ଗୁଡରି ଚନ୍ଦ୍ରପୁର ବ୍ଲକ ସୀମାନ୍ତ ହନୁମନ୍ତପୁର ଗ୍ରାମପଞ୍ଚାୟତର ତିନି ନଦୀର ସଂଗମସ୍ଥଳ ମିନାଝୋଲା ଠାରେ ବାସନ୍ତୀ ଦେବୀ ଚାରିଟେବଲ ଟ୍ରଷ୍ଟର ଅଧକ୍ଷ ବାଲକୃଷ୍ଣ ପଣ୍ଡାଙ୍କ ଉଦ୍ୟମରେ ଜନକଲ୍ୟାଣ ଆଶ୍ରମ ଗଢ଼ିଉଠିଥିଲା।

ଏହି ଆଶ୍ରମର ମୁଖ୍ୟ ବାବା ଜନକାନନ୍ଦ ଗିରି ଏହି ବିକାଶ ନିମନ୍ତେ ଶିକ୍ଷା ବହୁତ ଜରୁରୀ ମନେ କରି ବାସନ୍ତୀ ଦେବୀ ଟ୍ରଷ୍ଟର ଅଧକ୍ଷ ପଣ୍ଡାଙ୍କୁ ସହିତ ଆଲୋଚନା କରି ମିନାଝୋଲା ଠାରେ ଏକ ଗୁରୁକୁଳ ଆଶ୍ରମ ନିର୍ମାଣ ନିମନ୍ତେ ଆଲୋଚନା କରି ଏକ ଗୁରକୁଳ ଆଶ୍ରମ ନିର୍ମାଣ କରିଥିଲେ l

ଗତ ଦୁଇ ବର୍ଷ ଧରି ପ୍ରଥମ, ଦ୍ୱିତୀୟ ଶ୍ରେଣୀ ଖୋଲି ଏହି ଗୁରୁକୁଳ ଆଶ୍ରମରେ ପିଲାମାନଙ୍କୁ ମାଗଣାରେ ଶିକ୍ଷା ବ୍ୟବସ୍ଥା ସହିତ ହଷ୍ଟେଲରେ ରହିବା ଖାଇବା ବ୍ୟତୀତ ପାଠ ପଢ଼ା ନିମନ୍ତେ ବହି ପତ୍ର ଓ ୟୁନିଫର୍ମ ମାଗଣାରେ ଯୋଗାଇ ଦିଆଯାଉଛି ବୋଲି ଜନକଲ୍ୟାଣ ଟ୍ରଷ୍ଠର ମୁଖ୍ୟ ଜନକାନନ୍ଦ ଗିରି କହିଛନ୍ତି।

ସେ ପୁଣି କହିଛନ୍ତି ଯେ ଏହି ଆଶ୍ରମ ରେ ଦୈନିକ ଗୁରୁକୁଳ ପଦ୍ଧତି ଅନୁଯାୟୀ ଶିକ୍ଷା ପ୍ରଦାନ କରାଯିବ ବୋଲି ଆସନ୍ତା ଶିକ୍ଷା ବର୍ଷ, ୨୦୨୬–୨୭ନିମନ୍ତେ କେବଳ ପ୍ରଥମ, ଦ୍ବିତୀୟ ଓ ତୃତୀୟ ଶ୍ରେଣୀରେ ପାଠ ନିମନ୍ତେ ଛାତ୍ରଙ୍କ ଅଭିଭାବକମାନେ ଦରଖାସ୍ତ କରିବା ନିମନ୍ତେ ଆଶ୍ରମର ମୁଖ୍ୟ ଜଣାଇଛନ୍ତି । ଛାତ୍ର ଙ୍କ ପାଠ ପଢିବା ନିମନ୍ତେ ସିଟ ସଂଖ୍ୟା କମ ଥିବାରୁ ପ୍ରଥମେ ଯେଉଁ ଛାତ୍ର ଦରଖାସ୍ତ କରିବେ ତାଙ୍କୁ ଗୁରୁକୂଳ ଆଶ୍ରମରେ ପାଠ ପଢ଼ିବା ସୁଯୋଗ ମିଳିବ ବୋଲି କହିଛନ୍ତି ।

ଓଡିଶା ସରକାରଙ୍କ ଗଣଶିକ୍ଷା ବିଭାଗଙ୍କୁ ପତ୍ର ସଂଖ୍ୟା, ୯୩୭୩/୨୦୨୩ ତାରିଖ, ୨୬/୧୨/୨୦୨୩ ରେ ଶିକ୍ଷା ବର୍ଷ ୨୦୨୪–୨୫ ରେ ମିନାଝୋଲା ଠରେ ଗୁରୁକୁଳ ଆଶ୍ରମ ନାମ ରେ ଏକ ସମ୍ପୂର୍ଣ ଆବାଷିକ ଆଶ୍ରମ ଖୋଲିବା ନିମନ୍ତେ ଅନୁମତି ପ୍ରଦାନ କରିଥିଲେ । ସେହି ଅନୁସାରେ ଗତବର୍ଷ ଠାରୁ ଏହି ଜନକଲ୍ୟାଣ ଗୁରୁକୂଳ ଆଶ୍ରମର ଶିକ୍ଷା ପ୍ରଦାନ ଆରମ୍ଭହୋଇଛି ବୋଲି ବାସନ୍ତୀ ଦେବୀ ଟ୍ରଷ୍ଟ ଅଧ୍ୟକ୍ଷ ବାଳକୃଷ୍ଣ ପଣ୍ଡା କହିଛନ୍ତି । ଏହି ଚନ୍ଦ୍ରପୁର ଆଦିବାସୀ ଅଂଚଳର ଶିକ୍ଷାବ୍ୟବସ୍ଥା ଉନ୍ନତି ନିମନ୍ତେ ଏହି ଗୁରୁକୁଳ ଆଶ୍ରମ ନିର୍ମାଣ କରାଯାଇଛି ବୋଲି କହିଛନ୍ତି ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ