ମା’ ଗ୍ରାମଦେବୀ କ୍ରିକେଟ୍ ଟୁର୍ନାମେଣ୍ଟ ଉଦଘାଟିତ
ରାୟଗଡ,୭/୪(ସ୍ୱ ପ୍ର ): କୋଲନରା ବ୍ଲକ ଅନ୍ତର୍ଗତ ରେଖାପଦର ସଦର ପଞ୍ଚାୟତରେ ଥିବା ଖେଳ ପଡିଆ ଠାରେ ମା’ ଗ୍ରାମଦେବୀ କ୍ରିକେଟ୍ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ଦୀର୍ଘ ୨୪ ଦିନ ଧରି ଖେଳା ଯିବାକୁ ଥିବା ଏହି କ୍ରିକେଟ୍ ଟୁର୍ନାମେଣ୍ଟରେ ବିଭିନ୍ନ ସ୍ଥାନରୁ ମୋଟ ୪୮ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି। ୧୨ ଅଭର୍ ବିଶିଷ୍ଟ ଖେଳା ଯିବାକୁ ଥିବା ଏହି ଟୁର୍ନାମେଣ୍ଟର ଉଦଘାଟନୀ ମ୍ୟାଚ୍ ଭୋଇମଡା ଓ କୋରଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସୁଧୀର କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ଏସଡିସି ଅଧ୍ୟକ୍ଷା ଅନୁସୁୟା ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ଵର ନାଇଡୁ, ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ପି. ଗୌରୀଶଙ୍କର, ପୂର୍ବତନ ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ଗଗନ ଆଚାର୍ଯ୍ୟ ସ୍ଥାନୀୟ ସରପଞ୍ଚ ଗୋପାଳ ପିର୍ବାକା ଓ ସମିତି ସଭ୍ୟ ସରୋଜ ପଣ୍ଡୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଟୁର୍ନାମେଣ୍ଟ ଆୟୋଜନ କରିବା ଦ୍ୱାରା ଗୋଟିଏ ଗାଁ ସହିତ ଅନ୍ୟ ଗାଁ ମଧ୍ୟରେ ସମ୍ପର୍କ ବଢ଼ିଥାଏ। ହାରିବା ଜିତିବାରେ କିଛି ନାହିଁ, ହାରିବା ହିଁ ଜିତିବାର ରାସ୍ତା ଦେଖାଇଥାଏ ବୋଲି ଉପସ୍ଥିତ ଅତିଥିଗଣ କହିଥିଲେ। ଏଥିରେ ଭୋଇମଡା ସରପଞ୍ଚ ସୋମନାଥ ହେପ୍ରିକା, କୈଳାଶପୁର ସରପଞ୍ଚ ହେମାବତୀ କଣ୍ଡାଗରି, ବିଜେଡି ନେତା ଇଦି ଚନ୍ଦ୍ରଶେଖର ନାଇଡୁ, ଟୁଟୁ ସାହୁ, ସୋମନାଥ ପାତ୍ର ସମେତ ଅନ୍ୟମାନେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚରେ ବିଜୟୀ ଦଳକୁ ୩୦ ହଜାର ଟଙ୍କା ସହ ଟ୍ରଫି ଓ ଉପବିଜେତା ଦଳକୁ ୨୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଏହି ଟୁର୍ନାମେଣ୍ଟକୁ ମା ଗ୍ରାମଦେବୀ କ୍ରିକେଟ କମିଟିର ନବୀନ କାଡ୍ରାକା, ରାଜେଶ ମାଣ୍ଡାଙ୍ଗି, ସାଇରାଜ୍ ମାଣ୍ଡାଙ୍ଗି, ମନୋଜ କଣ୍ଡାଗରି, ରବୀନ୍ଦ୍ର ହାରାକା, ଥବିର କାଡ୍ରାକା, ଡମ୍ବୁରୁ କଣ୍ଡାଗରି, ନରେଶ ମାଣ୍ଡାଙ୍ଗି, ମିଥୁନ କୁମ୍ବ୍ରିକା, ବାବିନ ହାରାକା ଓ ଗଣେଶ କଣ୍ଡାଗରି ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
