ମାୟାବତୀ ଙ୍କ 70ତମ ଜନ୍ମଦିନ ସହିତ ଜନକଲ୍ୟାଣକାରୀ ଦିବସ ରାୟଗଡା ବିଏସପି ପକ୍ଷରୁ ଶକ୍ତି ପ୍ରଦର୍ଶନ

ମାୟାବତୀ ଙ୍କ 70ତମ ଜନ୍ମଦିନ ସହିତ ଜନକଲ୍ୟାଣକାରୀ ଦିବସ ରାୟଗଡା ବିଏସପି ପକ୍ଷରୁ ଶକ୍ତି ପ୍ରଦର୍ଶନ

ମାୟାବତୀ ଙ୍କ 70ତମ ଜନ୍ମଦିନ ସହିତ ଜନକଲ୍ୟାଣକାରୀ ଦିବସ ରାୟଗଡା ବିଏସପି ପକ୍ଷରୁ ଶକ୍ତି ପ୍ରଦର୍ଶନ

ରାୟଗଡା(ଅମୁଲ୍ୟନିଶଙ୍କ ) :ଜନକଲ୍ୟାଣକାରି ଦିବସ ପାଳନ ଅବସରରେ ଶକ୍ତି ଦେଖାଇଲା ବିଏସପି I ଆଜି ରାୟଗଡା ଠାରେ ବହୁଜନ ସମାଜ ପାର୍ଟି ତାର ଶକ୍ତି ପ୍ରଦର୍ଶନ କରିଛି I “ଏଥର ପରିବର୍ତନ, ବହୁଜନ ଶାସନ ଆଉ ଶାସକ ବହୁଜନ” ନାରା ରେ କମ୍ପିଲା ରାୟଗଡା I କିଛି ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ରାୟଗଡା ସଦର ଠାରେ I ବହୁଜନ ସମାଜ ପାର୍ଟି ର ରାଷ୍ଟ୍ରୀୟ ଅଧକ୍ଷା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭଉଣୀ କୁମାରୀ ମାୟାବତୀ ଙ୍କ ୭୦ ତମ ଜନ୍ମଦିନ ପାଳନ ଅବସରରେ ଦଳ ରାୟଗଡା ଜିଲ୍ଲା ଠାରେ ଆୟୋଜିତ ସମାବେଶ ରେ ତାର ଶକ୍ତି ପ୍ରଦର୍ଶନ କରିଛି I କୁମାରୀ ମାୟାବତୀ ଙ୍କ ଜନ୍ମଦିନ କୁ ସାରା ଭାରତ ବର୍ଷ ରେ ‘ଜନକଲ୍ୟାଣକାରୀ ଦିବସ’ ରୂପେ ପାଳନ କରାଯାଉଥିବା ବେଳେ ରାୟଗଡା ସଦର ସ୍ଥିତ ତେଜସ୍ୱୀ ପଡିଆ ଠାରେ ଆଜିର ଏହି ଦିନକୁ ରାଜ୍ୟ ପ୍ରଭାରୀ ଜିତୁ ଜାକାଶିକା, ରାଜ୍ୟ ସଭାପତି ସରୋଜ ନାୟକ, ଜିଲ୍ଲା ସଭାପତି ପୁର୍ଣ ଚନ୍ଦ୍ର ଟାକ୍ରୀ, ଜିଲ୍ଲା ପ୍ରଭାରୀ ରାମଦାସ ଟାକ୍ରୀଙ୍କ ନେତୃତ୍ୱ ରେ ଭବ୍ୟ ଭାବେ ପାଳନ କରାଯାଇଥିଲା I ପ୍ରଥମେ ମହାପୁରୁଷଙ୍କ ଫୋଟୋ ଚିତ୍ର ସବୁରେ ପୁଷ୍ପ ମାଲ୍ୟ ଦେଇ ସଭା ଆରମ୍ଭ କରାଯାଇଥିଲା I

ମୁଖ୍ୟ ଅତିଥି ରୂପେ କେନ୍ଦ୍ରୀୟ ସଂଯୋଜକ ଡକ୍ଟର ଲାଲଜୀ ମେଧାଙ୍କର ଯୋଗ ଦେଇ ଉପସ୍ଥିତ ବହୁଜନ ପ୍ରେମୀ ମାନଙ୍କୁ ସମ୍ବୋଧିତ କରିଥିବା ଅବସରରେ ଭାରତ ର କୋଟି କୋଟି ଦଳିତ, ଆଦିବାସୀ, ଅନ୍ୟାନ୍ୟ ପଛୁଆ ବର୍ଗ, ଧାର୍ମିକ ଅଳ୍ପ ସଂଖ୍ୟକ ଏବଂ ଉଚ୍ଚ ବର୍ଗ ର ଗରିବ ଶୋଷିତ, ନିଷ୍ପେସିତ, ଅବହେଳିତ, ଚାଷୀ, ମୁଲିଆ ତଥା ମହିଳା ବର୍ଗ ର ହକ ଏବଂ ଅଧିକାର ପାଇଁ ଲଢୁଥିବା ଲଢୁଥିବା ଏକ ମାତ୍ର ନେତ୍ରୀ ସୁଶ୍ରୀ ମାୟାବତୀଙ୍କ ଜନ୍ମ ଦିବସ କୁ ‘ଜନକଲ୍ୟାଣ କାରି ଦିବସ’ ରୂପେ କାହିଁକି ପାଳନ କରାଯାଉଛି ସେ ନେଇ ସଚେତନ କରିଥିଲେ I ବାବା ସାହେବ ଭୀମ ରାଓ ଆମ୍ବେଦକର ଙ୍କ ଉଦ୍ଦେଶ୍ୟ ର ମଶାଲ କୁ ଆଗେଇ ନେଇଥିବା କାଁସୀରାମ ସାହେବ, ଏବଂ ତାଙ୍କ ପରେ ଏହି ସାମାଜିକ ଆନ୍ଦୋଳନ କୁ ସତ୍ୟ ନିଷ୍ଠାର ସହ ସମଗ୍ର ଭାରତ ବର୍ଷ ରେ ଆଗେଇ ନେଉଥିବା ଭଉଣୀ ମାୟାବତୀଙ୍କ ଦଳିତ ଏବଂ ପଛୁଆବର୍ଗ ସମାଜ ପ୍ରତି ଅବଦାନ ନେଇ ସଭାକୁ ଅବଗତ କରିଥିଲେ I ବାବା ସାହେବ ଆମ ସମାଜ ପାଇଁ ଉଦ୍ୟମ କରି ଯେଉଁ ସମ୍ମାନ ଆଉ ଅଧିକାର ଦେଇଛନ୍ତି, ଏବେ ସେହି ଋଣ ଶୁଝିବା ପ୍ରତ୍ୟକ ବହୁଜନ ଭାଇ ଭଉଣୀଙ୍କର ଦାୟତ୍ୱ ବୋଲି କହିଛନ୍ତି ରାଜ୍ୟ ପ୍ରଭାରୀ ଜିତୁ ଜାକାଶିକା ଉଦବୋଧନ ଦେଇଥିଲେ I

ଭୋଟ ର ଅଧିକାର ଯଦି ବହୁଜନ ର ତେବେ କ୍ଷମତା ର ଅଧିକାର ମଧ୍ୟ ବହୁଜନ ର ପ୍ରାପ୍ୟ ବୋଲି ସେ ପ୍ରକାଶ କରିଛନ୍ତି I ସମାଜ ର ଋଣ ଶୁଝିବା ସମୟ ଆସିଛି I ବହୁଜନ ଏବେ ସଚେତନ, ଏବେ ନାହିଁ ତ କେବେ ନାହିଁ ବୋଲି କହିଛନ୍ତି ବହୁଜନ ସମାଜ ପାର୍ଟି ଜିଲ୍ଲା ସଭାପତି ପୁର୍ଣ ଟାକ୍ରୀ I ନିକଟରେ ବହୁଜନ ସମାଜ ପାର୍ଟି ରେ ଯୋଗ ଦେଇଥିବା ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ଗଙ୍ଗାଧର ପୁଆଲା ଙ୍କ ଅଭିଭାଷଣ ଶୁଣିବା ପାଇଁ ଲୋକଙ୍କ ମଧ୍ୟରେ ଅଭୁତ ଉତ୍ସାହ ଦେଖିବାକୁ ମିଳିଥିଲା I “ଏଥର ପରିବର୍ତନ, ବହୁଜନ ଶାସନ ଆଉ ଶାସକ ବହୁଜନ” ନାରା ଦେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଭରିଥିଲେ ଗଙ୍ଗାଧର I ଏହି ‘ଜନକଲ୍ୟାଣକାରି ଦିବସ’ ପାଳନ କୁ ରାଜନୈତିକ ସମୀକ୍ଷକ ମାନେ ବହୁଜନ ସମାଜ ପାର୍ଟି ର ଶକ୍ତି ପ୍ରଦର୍ଶନ ଭାବେ ଦେଖୁଥିବା ବେଳେ ଯେଉଁ ଭଳି ଭାବେ ଦଳ ତାର ସଂଗଠନ ମଜବୁତ କରିଚାଲିଛି ଗତ ତିରିଶ ବର୍ଷ ମଧ୍ୟରେ ଏହା ତାର ସବୁଠାରୁ ସଶକ୍ତ ସ୍ଥିତି ରେ ଥିବା ଆଲୋଚନା ହେଉଥିବା କୁହାଯାଉଛି I

ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ କୋଣ ଅନୁକୋଣ ରୁ ପାଖାପାଖି ସାତ ହଜାର ରୁ ଅଧିକ ଲୋକ ଯୋଗ ଦେଇଥିବା କହଯାଉଥିବା ବେଳେ ବହୁଜନ ସମାଜ ପାର୍ଟି ର ରାଜ୍ୟ ସମ୍ପାଦିକା ସୁନିତା ବିଡ଼ିକା, ଏସଟି ସେଲ ସଭାପତି ଶ୍ରୀପତି ଉଲାକା, ଏସସୀ ସେଲ ସଭାପତି କ୍ଷୀର ବାଗ, ବିଶିକେସନ ଟାକ୍ରୀ ଙ୍କ ସମେତ ସମସ୍ତ ଦଳୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରିଥିଲେ Iରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ