ମାଲିପାଲି ମାଁ ମାଉଲି ଫୁଟବଲ କପ ୨୦୨୫ ସେମିଫାଇନାଲରେ ମେଚ ଅନୁଷ୍ଠିତ ହୋଇଯାଇଛି।

ମାଲିପାଲି ମାଁ ମାଉଲି ଫୁଟବଲ କପ ୨୦୨୫ ସେମିଫାଇନାଲରେ ମେଚ ଅନୁଷ୍ଠିତ ହୋଇଯାଇଛି।

ମାଲିପାଲି ମାଁ ମାଉଲି ଫୁଟବଲ କପ ୨୦୨୫ ସେମିଫାଇନାଲରେ ମେଚ ଅନୁଷ୍ଠିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗତ ଜିଲ୍ଲା ମାଲିପାଲି ଏଥେଲେଟିକ ଏସୋସିଏସନ ତରଫରୁ ଅନୁଷ୍ଠିତ ତୃ୍ତୀୟ ରନିଂ ମାଁ ମାଉଲି ଫୁଟବଲ କପ୍-୨୦୨୫ ର ସେମିଫାଇନାଲ ଦିନରେ ମୁଖ୍ୟ ଅତିଥି ଭାବେ ନିଷ୍ଠା ପରିବାରର ସଭାପତି ଶ୍ରୀଯୁକ୍ତ ଅଶ୍ୱିନୀ ତ୍ରିପାଠୀ ଯୋଗଦାନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି-ଫାଇନାଲ ବରାହଗୋଡ଼ା ଓ ଲାଉନସରା ମଧ୍ୟରେ ୦-୦ ଗୋଲ୍ ର ଡ୍ରରେ ସମାପ୍ତ ହୋଇଥିଲା ଯେଉଁଥିରେ ଲାଉନସରା ଟାଇ-ବ୍ରେକର୍ ଜରିଆରେ ବିଜୟୀ ହୋଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ଅପରପକ୍ଷରେ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମି-ଫାଇନାଲ ସରତ୍ ଇଲେଭେନ୍ ଓ ଅମାପତ୍ରା ମଧ୍ୟରେ ହୋଇଥିଲା ଯେଉଁଥିରେ ସରତ୍ ଇଲେଭେନ୍ ୫-୦ ଗୋଲ୍ ଜରିଆରେ ବିଜୟ ଲାଭ କରି ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ।

ସୂଚନାଯୋଗ୍ୟ ଯେ, ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଆସନ୍ତା ତା:୧୨.୧୦.୨୦୨୫.ରିଖ ରବିବାର ଦିନ ଲାଉନସରା ଓ ସରତ୍ ଇଲେଭେନ୍ ମଧ୍ୟରେ ଅନୁଷ୍ଠିତ ହେବ |