ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଡିଆରଜି ଯବାନ ଏବଂ ନାମେଡ ଥାନା ପକ୍ଷରୁ ଚଢାଉ କରାଯାଇ ୨ ଜଣ ନକ୍ସଲକୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ଜଣକ ନାମରେ ୧ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିଲ। ଏମାନେ ପୂର୍ବତନ ସରପଞ୍ଚ ସୁଖରାମ ଅବଲମକୁ ହତ୍ୟା କରିଥିବା ପୁଲିସ କହିଛି। ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି ଯବାନ ଏବଂ ଜିଲ୍ଲା ପୁଲିସ ଭୋସଲା ଏବଂ ଦୁରଧା ଜଂଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ତେବେ ସୂଚନା ମୁତାବକ ଦୁଇ ଜଣ ନକ୍ସଲ ଜଂଗଲରେ ବୁଲୁଛନ୍ତି। ତୁରନ୍ତ ଯବାନ ଘେରାବନ୍ଦୀ କରି ଦୁଇ ଜଣ ସଂଦିଗ୍ଧ ବ୍ୟକ୍ତିଙ୍କୁ ଧରି ପଚରାଉଚରା କରିବା ପରେ ସେମାନେ ନକ୍ସଲ ସଂଗଠନର ସଦସ୍ୟ ବୋଲି ସ୍ବୀକାର କରିଥିଲେ।(ସୋର୍ସ ସମ୍ବାଦ)
Related Posts

ଜିଲ୍ଲା ଭାରତୀୟ ମଜଦୁର ସଂଘ ର ଜିଲ୍ଲା ଅଧିବେଶନ ଓ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଜିଲ୍ଲା ଭାରତୀୟ ମଜଦୁର ସଂଘ ର ଜିଲ୍ଲା ଅଧିବେଶନ ଓ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ । ଗଜପତି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ଭାରତୀୟ ମଜଦୁର…

ପାଣିରେ ବୁଡ଼ି ୨ ଶିଶୁକନ୍ୟାଙ୍କ ମୃତ୍ୟୁ ।
ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଛେଳିପଦର ଗ୍ରାମରେ ଏହି ଅଭାବନୀୟ ଦୁଃଖଦ ଘଟଣା ଘଟିଛି। ମୃତକମାନେ ହେଲେ ମଞ୍ଜୁଳା ଭତ୍ରା (୧୦)…

ଗଣେଶ ପୂଜା ଅବସରରେ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ଗଣେଶ ପୂଜା ଅବସରରେ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପୂଜା ମଣ୍ଡପରେ ପହଞ୍ଚି ଶ୍ରୀଗଣେଶଙ୍କର ଦର୍ଶନ…