ମାଲକାନଗିରି ବ୍ଲକର କନିଷ୍ଠ ଯନ୍ତ୍ରୀ ନିହାର ସରକାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ମାଲକାନଗିରି: ଆୟରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ବ୍ଲକର କନିଷ୍ଠ ଯନ୍ତ୍ରୀ (JE) ନିହାର ସରକାରଙ୍କ ଘରେ ଆଜି ଭୋର ସକାଳୁ ଭିଜିଲାନ୍ସ ଚଢ଼ାଉ ଆରମ୍ଭ ହୋଇଛି।ଭିଜିଲାନ୍ସ ବିଭାଗକୁ ଆୟବହିର୍ଭୁତ ସମ୍ପତ୍ତି ସଂଗ୍ରହ ସମ୍ବନ୍ଧୀୟ ବିଶ୍ୱସନୀୟ ସୂଚନା ମିଳିବା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଆଜି ସକାଳୁ ମାଲକାନଗିରି ସହର ସହିତ ଏମପିଭି–୧୦ ସ୍ଥିତ ଘର, କାର୍ଯ୍ୟାଳୟ ଏବଂ ରାଇଘର ସ୍ଥିତ ଶ୍ୱଶୁର ଘରେ ଏକାକାଳୀନ ଚଢ଼ାଉ ଚାଲିଛି।ଭିଜିଲାନ୍ସ ଟିମ୍ ଘରେ ଓ କାର୍ଯ୍ୟାଳୟରେ ଥିବା ଦଲିଲପତ୍ର, ନଗଦ ଟଙ୍କା, ଗହଣା ଓ ଅନ୍ୟାନ୍ୟ ସମ୍ପତ୍ତି ସମ୍ପର୍କରେ ତଦନ୍ତ କରୁଛନ୍ତି। ଚଢ଼ାଉ ସମ୍ବନ୍ଧୀୟ ଅଧିକ ସୂଚନା ତଦନ୍ତ ସମାପ୍ତି ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।
