ମାଲକାନଗିରିରେ ୨୮ ମାଓବାଦୀ ପୋଲିସଙ୍କ ନିକଟରେ ଆତ୍ମସମର୍ପଣ କଲେ।

ମାଲକାନଗିରିରେ ୨୮ ମାଓବାଦୀ ପୋଲିସଙ୍କ ନିକଟରେ ଆତ୍ମସମର୍ପଣ କଲେ।

ମାଲକାନଗିରି: ଛତିଶଗଡ଼ର ନାରାୟଣପୁର ଜିଲ୍ଲା ପୋଲିସ ନିକଟରେ ମୋଟ ୨୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବସ୍ତର ଆଇଜିଙ୍କ ସମ୍ମୁଖରେ ଅସ୍ତ୍ର-ଶସ୍ତ୍ର ସହ ଏମାନେ ମୁଖ୍ୟସ୍ରୋତକୁ ଫେରିଆସିଛନ୍ତି।ଆତ୍ମସମର୍ପଣକାରୀମାନଙ୍କ ମଧ୍ୟରେ ୧୯ ଜଣ ମହିଳା ରହିଛନ୍ତି। ଏମାନଙ୍କ ଉପରେ ମୋଟ ୮୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଥିଲା।ଏହି ସହ ଗତ ୫୦ ଦିନ ମଧ୍ୟରେ ୫୧୨ ଜଣ ନକ୍ସଲ ନାରାୟଣପୁର ଅଞ୍ଚଳରେ ହିଂସାରାସ୍ତା ଛାଡ଼ି ମୁଖ୍ୟ ସମାଜ ସ୍ରୋତକୁ ଫେରିଛନ୍ତି। ପୋଲିସ ପକ୍ଷରୁ ଏହାକୁ ଏକ ବଡ଼ ସଫଳତା ବୋଲି କୁହାଯାଇଛି।