ମାରୱାଡି ସମାଜ ତରଫରୁ ହରିୟାଲି ତିଜ ପାଳନ। ସେମିଳିଗୁଡା.ତାରିଖ ୨୮,୭,୨୦୨୫.ସେମିଳିଗୁଡାର ମାରୱାଡି ସମାଜର ମହିଳାମାନେ ହରିୟାଲି ତିଜ ଉସ୍ଚବକୁ ବହୁ ଆଡମ୍ବର ଓ ଆନନ୍ଦର ସହ ପାଳନ କରିଛନ୍ତି।ଶ୍ରାବଣ ମାସରେ ମାରୱାଡି ମହିଳାମାନେ ସବୁଜିମା ଭରା ଧରଣୀକୁ ସ୍ବାଗତ କରି ଶିବ ପାର୍ବତୀଙ୍କୁ ପୂଜାର୍ଚ୍ଚନାକରି ସ୍ବାମୀମାନଙ୍କର ମଂଗଳ ମନାସି ଥାଆନ୍ତି।ଏହାସହ ସବୁଜ ବସ୍ତ୍ର,ଚୁଡି ପ୍ରଭୃତି ପରିଧାନ କରିଥାନ୍ତି।ଏହି ଉପଲକ୍ଷେ ସେମିଳିଗୁଡାର ସମସ୍ତ ମାରୱାଡି ସଂପ୍ରଦାୟର ମହିଳାମାନେ ସ୍ଥାନୀୟ ଗୁଣ୍ଡିଚା କଲ୍ୟାଣ ମଣ୍ଡପଠାରେ ଝୁଲା ଉସ୍ଚବ ମନାଇ ଫୁଲରେ ସଜ୍ଜିତ ଦୋଳି ଝୁଲି ନୃତ୍ଯ ସଂଗୀତ ମଧ୍ଯରେ ଆନନ୍ଦ ଉସ୍ଚବ ମନାଇଥିଲେ।ସୁଜାତା ଅଗ୍ରୱାଲ ଓ ମୁସ୍କାନ ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଅମୀତ ଅଗ୍ରୱାଲ ,ଅଶୋକ ଅଗ୍ରୱାଲ,ସୂରଜ ଅଗ୍ରୱାଲ ସହଯୋଗ କରିଥିଲେ। ବରିଷ୍ଠ ସମାଜସେବୀ ଆନନ୍ଦ ପାଟୱାନିଆ ଉପଦେଷ୍ଟା ଭାବରେ ଯୋଗ ଦେଇଥିଲେ।ସମାଜସେବୀ ସ୍ନିଗ୍ଧାରାଣୀମିଶ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ।ସମସ୍ତଙ୍କ ପାଇଁ ଖାଦ୍ଯ ପେୟର ବ୍ୟବସ୍ଥା ହୋଇ ଥିଲା।

