*ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ*

*ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ*

*ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ*

‎ଗଜପତି, ୨୯.୧(୨୯.୧.୨୦୨୬): ଗଜପତି ଜିଲ୍ଲାକୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଂ ଦିନିକିଆ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସମୀକ୍ଷା କରିଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସମ୍ପର୍କରେ ସମୀକ୍ଷା କରି ସନ୍ତୋଷ ବ୍ୟକ୍ତ କରିବା ସହ ଏନେଇ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଆହୁରି ଅଧିକ ତତ୍ପର ହେବାକୁ ପରାମର୍ଶ ଦେଇଛନ୍ତି। ପରେ ସାମ୍ବାଦିକଙ୍କୁ ସମ୍ବୋଧନ କରିବା ସମୟରେ ଜିଲ୍ଲାରେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫର ଘୋର ଅଭାବ ସହ ମହାପ୍ରୟାଣ ଗାଡ଼ି ନମିଳିବାରୁ ବାଇକ ଓ କାନ୍ଧରେ ବୋହି ମୃତ ଶରୀର ନିଆଯାଉଥିବା ସମ୍ପର୍କରେ ଉତ୍ତର ରଖି ସ୍ବୀକାର କରିଥିଲେ ଯେ ରାଜ୍ୟରେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫର ଅଭାବ ରହିଛି।

ଆଗାମୀ ଦିନରେ ଏହାର ପୁରଣ ପାଇଁ ବ୍ୟବସ୍ଥା କରାଯିବ, ଏଥିପାଇଁ ସରକାର ନୂତନ ଭାବେ ସବୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ୫ ରୁ ୬ ଜଣ ପିଜି ଡିପ୍ଲୋମା ଡାକ୍ତରୀ ଛାତ୍ରଛାତ୍ରୀ ଙ୍କୁ ନିୟୋଜିତ କରିବାକୁ ଯୋଜନା କରୁଛନ୍ତି, ଫଳରେ ପିଏଚସି ଓ ସିଏଚସି ସ୍ତରରେ ସ୍ପେସିଆଲିଷ୍ଟ ଡାକ୍ତରଙ୍କ ଅଭାବ ଦୂର ହୋଇ ପାରିବ। ଏଥିସହ ମହାପ୍ରୟାଣ ପରିବର୍ତ୍ତେ ଖୁବ୍ ଶୀଘ୍ର ଆଗାମୀ ଦୁଇ ମାସ ମଧ୍ୟରେ ମୃତ ଶରୀର ନେବା ପାଇଁ ୧୦୯ ଗାଡ଼ିର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ। ଖୁବ୍ ଶୀଘ୍ର ଜିଲ୍ଲାର ସମସ୍ତ ୧୪୯ ଗୋଟି ପଞ୍ଚାୟତରେ ଆୟୁ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରିବା ସହ ସ୍ବତନ୍ତ୍ର କୋଠା ନିର୍ମାଣ କରାଯିବ, ଜିଲ୍ଲାର ୮ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ୬ ଟିକୁ ଉନ୍ନିତ କରାଯିବ, ୨୧ଟି ପ୍ରଥମିକ ଚିକିତ୍ସା କେନ୍ଦ୍ରକୁ ମଧ୍ୟ ଉନ୍ନିତ କରାଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୫୦ ଶଯ୍ୟା ବିଶିଷ୍ଟ କରାଯିବ ବୋଲି ଅନେକ ସ୍ବପ୍ନ ଦେଖାଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ।

ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଓ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ , ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ମୁବାରକ ଅଲ୍ଲୀ,ଅତିରିକ୍ତ ଜିଲ୍ଲାପାଳ ମୁନିଦ୍ର ହୋନନାଗ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ପୃଥ୍ୱୀରାଜ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ଅନୁଦାନ ମଞ୍ଜୁର କରିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।‎ଗଜପତି ଜିଲ୍ଲା ରିପୋର୍ଟ ମନୋଜ କୁମାର ପାଢୀ ।