*ମାତୃ ଭାଷା ହେଉଛି* *ଜାତିର* *ଜୀବନ,ବଳ,ପ୍ରାଣ,* *ଆତ୍ମା ଓ* *ପରିଚୟ*
ଗଜପତି,୨୧.୨(ମନୋଜ ପାଢ଼ୀ)-: ଆଜି ପୂର୍ବାହ୍ନରେ ସ୍ଥାନୀୟ ପଦ୍ମନାଭ ଗଜପତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଭାଷା ଦିବସ ପାଳନ ହୋଇସାରିଛି। ଡ.ପ୍ରେମାନନ୍ଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ବତ ସମାବେଶରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପ୍ରାକ୍ତନ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ମୁଖ୍ୟ ବକ୍ତା ଭାବେ ଜନ୍ମଞ୍ଜୟ ସାହୁ, ସମ୍ମାନିତ ଅତିଥି ଭାବେ ରମେଶ ଚନ୍ଦ୍ର ପାଢ଼ୀ, ବିଦ୍ୟାଳୟ ର କମିଟି ସଭପତି ଏମ.ଦେବୀ, ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ବେହେରା ମଞ୍ଚାସୀନ ଥିଲେ। ଓଡ଼ିଆ ଅସ୍ମିତତାକୁ ସୁରକ୍ଷା ଦେବାପାଇଁ ଛୋଟ ପିଲାଟିବେଳୁଁ ନିଜକୁ ସମର୍ପିତ କରିବାପାଇଁ ବରିଷ୍ଠ ମାନେ କନିଷ୍ଠମାନଙ୍କୁ ଦିଗ୍ ଦର୍ଶନ ଦେଇଥିଲେ । କାର୍ଯ୍ୟକ୍ରମକୁ ମିନତି ପଟ୍ଟନାୟକ, ସ୍ୱର୍ଣଲ ତା ପାଳ,ଅମ୍ରିତା ହୋତା,ଭି.ରାଜେଶ୍ୱରୀ,ମନୋରଞ୍ଜନ ସ୍ବାଇଁ, ପ୍ରଭୃତି ସହଯୋଗ କରିଥିଲେ। ଏହି ଶୁଭ ଅବସରରେ ବିଜୟୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଶେଷରେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଓ କଣ୍ଠ ଶିଳ୍ପୀମାନେ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ସୁଧାଞଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
