ମାଟିଖୋଳି ବିଦ୍ୟୁତ୍‌ଖୁଣ୍ଟ ଭାଙ୍ଗିଦେଲା ଠିକା ସଂସ୍ଥା ୬ ମାସ ହେଲା ଅନ୍ଧାରରେ କୁଣ୍ଡେଇସିଂ ଗ୍ରାମବାସୀ ।

ମାଟିଖୋଳି ବିଦ୍ୟୁତ୍‌ଖୁଣ୍ଟ ଭାଙ୍ଗିଦେଲା ଠିକା ସଂସ୍ଥା ୬ ମାସ ହେଲା ଅନ୍ଧାରରେ କୁଣ୍ଡେଇସିଂ ଗ୍ରାମବାସୀ ।

ମାଟିଖୋଳି ବିଦ୍ୟୁତ୍‌ଖୁଣ୍ଟ ଭାଙ୍ଗିଦେଲା ଠିକା ସଂସ୍ଥା ୬ ମାସ ହେଲା ଅନ୍ଧାରରେ କୁଣ୍ଡେଇସିଂ ଗ୍ରାମବାସୀ ।ଗଜପତି,୧.୩(ମନୋଜ ପାଢ଼ୀ)-: ମାଟିଖୋଳି ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଦେଲା ଠିକା ସଂସ୍ଥା | ଫଳରେ ଆଜିକୁ ୬ ମାସ ହେଲା ଗୁମ୍ଫା ବ୍ଳକ ଅନ୍ତର୍ଗତ କୁଜାମିଂ ପଞ୍ଚାୟତର କୁଣ୍ଡେଇସିଂ ଗ୍ରାମବାସୀ ଅନ୍ଧାରରେ ରହିଥିବା ଅଭିଯୋଗ ହୋଇଛି। କୁଣ୍ଡେଇ ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ପାହାଡ଼ରୁ ମାଟି ଖୋଳି ରାସ୍ତା ତିଆରି କରୁଥିବା ବେଳେ ରାସ୍ତା କଡ଼ ଦେଇ ଯାଇଥିବା ୮ଟି ବିଦ୍ୟୁତ୍‌ଖୁଣ୍ଟ ଭାଙ୍ଗି ଦେଇଛି। ଅନ୍ୟ କେତେକ ସ୍ଥାନରେ ଅଧିକ ମାଟିଖୋଳି ଦେବାରୁ ବିଦ୍ୟୁତ ଖୁଣ୍ଟମାନ ତଳେ ପଡ଼ିଯାଇଛି। ଜେସିବି ସାହାଯ୍ୟରେ ମାଟି ଖୋଳିବା ବେଳେ ଅସାବଧାନତା ଯୋଗୁଁ ଏଭଳି ସମସ୍ୟା ଘଟି ଗତ ସେପ୍ଟେମ୍ବର ମାସରୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଛି। ଘଟଣାକୁ ପାଖାପାଖି ୬ ମାସ ବିତିଗଲାଣି। ନାଁ ମରାମତି ହେଉଛି, ନାଁ ଗାଁରେ ଆଲୁଅ ଜଳୁଛି | ଗ୍ରାମରେ ୩୫୦ ପରିବାର ବସବାସ କରୁଥିବା ବେଳେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଠିକା ସଂସ୍ଥା କର୍ଣ୍ଣପାତ କରୁନି। ଏଣୁ, ବାଧ୍ୟ ହୋଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ହେଲେ, କୌଣସି ସୁଫଳ ପାଇନାହାନ୍ତି। ମନ୍ତ୍ରୀଙ୍କୁ ଭେଟି ଅବଗତ କରାଇବା ପରେ ସେ ମଧ୍ୟ ଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ। ଅଥଚ, କୌଣସି ପଦକ୍ଷେପ ନିଆଗଲା ନାହିଁ। ଏନେଇ ଟାଟା ପାୱାର ନିର୍ବାହୀଯନ୍ତ୍ରୀ ବିଜୟ ସାହୁଙ୍କୁ ପଚାରିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଅନୁଦାନ ଆସିଲେ ପୁନରୁଦ୍ଧାର କାର୍ଯ୍ୟ ହେବ ବୋଲି ପ୍ରକାଶ କରିଛନ୍ତି। ତେବେ, କିଭଳି ୬ମାସ ହେଲା ଗ୍ରାମବାସୀ ଅନ୍ଧାରରେ କାଳାତିପାତ କରୁଛନ୍ତି ସେ ନେଇ ଚିନ୍ତା କରିବା ପରିବର୍ତ୍ତେ ବିଭାଗ ପକ୍ଷରୁ ଏଭଳି ଅବହେଳା ପାଇଁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଗ୍ରାମର ରାଜେଶ ରଇତ, ଅନିଲ ରଇତ, ଲାବଣ୍ୟ ଶବର, ସତ୍ୟ ରଇତ, କୃଷ୍ଣ ଶବର ପ୍ରମୁଖ ପ୍ରକାଶ କରିଛନ୍ତି।