ମାଓ ନେତା ଆଜାଦଙ୍କୁ ଦ୍ବିତୀୟ ଥର ପାଇଁ ପାରଳାଖେମୁଣ୍ଡି ସ୍ୱତନ୍ତ୍ର ଅଦାଲତରେ ହାଜର ସାକ୍ଷ୍ୟ ପ୍ରମାଣ ଅଭାବରୁ 4 ମାମଲାରେ ନିର୍ଦ୍ଦୋଷରେ ଖଲାସ ।

ଗଜପତି, ୬।୩ (ମନୋଜ ପାଢ଼ୀ)-: ଆଜି ମାଓ ନେତା ଡୋନା କେଶବ ରାଓ ଏଲୀୟସ ଆଜାଦ ଅରଫ ଆଜାଦଙ୍କୁ ପାରଳାଖେମୁଣ୍ଡି ସ୍ୱତନ୍ତ୍ର ଅଦାଲତରେ ଦ୍ବିତୀୟ ଥର ପାଇଁ ହାଜର କରାଯାଇଛି । ଆଜାଦଙ୍କ ବିରୁଦ୍ଧରେ ସମୁଦାୟ ୩୭ ଗୋଟି ମାମଲା ରହିଛି । ସେଥି ମଧ୍ୟରୁ ଅଧିକାଂଶ ମାମଲା ଗଜପତିରେ ରହିଛି । ଗତ ୧୪ ବର୍ଷ ଧରି ଆଜାଦ ବିଭିନ୍ନ ମାମଲାରେ ଜଡିତ ଥାଇ କୌଣସି ମାମଲାର ବିଚାରଣ ହୋଇ ପାରୁନଥିଲା ଯାହାକୁ ଭିତ୍ତି କରି ଆଜାଦଙ୍କ ଓକିଲ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଯାହାର ଶୁଣାଣି କରି ମାନ୍ୟବର ସୁପ୍ରିମକୋର୍ଟ ଜଣେ ବିଚାରାଧୀନ କାଇଡିକୁ କୌଣସି ବିଚାରଣ ନକରି ସମସ୍ତ ମାମଲା ପଡି ରହିଥିବାକୁ ଦୃଷ୍ଟିରେ ରଖି ଏକ ସ୍ୱତନ୍ତ୍ର ଅଦାଲତ କରି ସମସ୍ତ ମାମଲାର ଏକ ବର୍ଷ ମଧ୍ୟରେ ସମସ୍ତ ମାମଲାର ଶୁଣାଣୀ କରି ରାୟ ପ୍ରକାଶ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ଓଡିଶାରେ ଥିବା ୩୭ଟି କେସ ମଧ୍ୟରୁ ପାଖାପାଖି ୨୫ ଗୋଟି କେସ କେବଳ ଗଜପତି ଜିଲ୍ଲାରେ ରହିଛି । ଅନ୍ୟ ସବୁ କେସ କନ୍ଧମାଳ ଓ ରାୟଗଡା ଜିଲ୍ଲାରେ ରହିଥିବାର ଜଣାଯାଇଛି ।

ତେବେ ଗଜପତିର ମାମଲା ଗୁଡିକ ମଧ୍ୟରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ପ୍ରଥମେ ଦୁଇ ଗୋଟି ମାମଲା ଏବଂ ଆଜି ଦୁଇଟି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିବାର ଜଣାପଡିଛି । ସମୁଦାୟ 4 ଗୋଟି ମାମଲାରେ ଆଜାଦ୍ ଏହି ସ୍ୱତନ୍ତ୍ର କୋର୍ଟରେ ବିଚାରଣ ବେଳେ ନିର୍ଦ୍ଦୋଷ ହୋଇଥିବାର ସୂଚନା ଦେଇଛନ୍ତି ଭାରପ୍ରାପ୍ତ ପିପି ରାଜେଶ କୁମାର ମିଶ୍ର ।