ମାଓମୁକ୍ତ ଘୋଷଣାକୁ ବିଶ୍ୱସ୍ତରରେ ପ୍ରଚାର ପାଇଁ ଅମିତ ଶାହାଙ୍କୁ ଅନୁରୋଧ କଲେ ସାଂସଦ ବଳଭଦ୍ର ମାଝୀ

ମାଓମୁକ୍ତ ଘୋଷଣାକୁ ବିଶ୍ୱସ୍ତରରେ ପ୍ରଚାର ପାଇଁ ଅମିତ ଶାହାଙ୍କୁ ଅନୁରୋଧ କଲେ ସାଂସଦ ବଳଭଦ୍ର ମାଝୀ

ମାଓମୁକ୍ତ ଘୋଷଣାକୁ ବିଶ୍ୱସ୍ତରରେ ପ୍ରଚାର ପାଇଁ ଅମିତ ଶାହାଙ୍କୁ ଅନୁରୋଧ କଲେ ସାଂସଦ ବଳଭଦ୍ର ମାଝୀ

ନବରଙ୍ଗପୁର (ଇନଫୋ ମିଡିଆ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ମାଓମୁକ୍ତ ଘୋଷଣା କରିଥିବା ପରିପ୍ରେକ୍ଷିତରେ ନବରଙ୍ଗପୁର ସାଂସଦ ଇଂ. ବଳଭଦ୍ର ମାଝୀ ତାଙ୍କୁ ଭେଟି ଏହାକୁ ଅଧିକ ପ୍ରଚାର ଓ ପ୍ରସାର କରିବାକୁ ଅନୁରୋଧ କରିଛନ୍ତି।ସାଂସଦ ଶ୍ରୀ ମାଝୀ କହିଛନ୍ତି ଯେ, ମାଓମୁକ୍ତ ଘୋଷଣାକୁ କେବଳ କାଗଜକଲମରେ ନୁହେଁ, ବରଂ ୱେବସାଇଟ୍ ଓ ବିଭିନ୍ନ ଆନ୍ତର୍ଜାତୀୟ ପର୍ଯ୍ୟଟନ ସାଇଟରେ ମଧ୍ୟ ପ୍ରକାଶ କରାଯିବା ଆବଶ୍ୟକ। ଏହା ଫଳରେ ତାଙ୍କ ସଂସଦୀୟ କ୍ଷେତ୍ରରେ ଥିବା ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଆନ୍ତର୍ଜାତୀୟ ପର୍ଯ୍ୟଟକ ଆସିବାର ସୁଯୋଗ ବଢ଼ିବ।ବର୍ତ୍ତମାନ ଅନେକ ବିଦେଶୀ ପର୍ଯ୍ୟଟକ ଏହି ଅଞ୍ଚଳକୁ ମାଓ ପ୍ରଭାବିତ ଭାବି ଏଠାକୁ ଆସିବାକୁ ଭୟ ପ୍ରକାଶ କରୁଥିବା ସେ କହିଛନ୍ତି। ସେଥିପାଇଁ କେନ୍ଦ୍ର ସରକାର ଏହାକୁ ଅଧିକ ପ୍ରଚାର କଲେ ପର୍ଯ୍ୟଟନ ଶିଳ୍ପର ମଧ୍ୟ ଉନ୍ନତି ହେବ ବୋଲି ମତ ପ୍ରକାଶ କରିଛନ୍ତି।

ଏହା ସହ ଶ୍ରୀ ମାଝୀ ତାଙ୍କ ସଂସଦୀୟ କ୍ଷେତ୍ରର ଗମନାଗମନ ବ୍ୟବସ୍ଥା (ରେଳ ଓ ଜାତୀୟ ରାଜପଥ), ଆଇନଶୃଙ୍ଖଳା, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜଳସେଚନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ତେଲ ମଧ୍ୟମ ଜଳସେଚନ ପ୍ରକଳ୍ପ ଓ କୋଲାବ ମିଡିଲ ପ୍ରକଳ୍ପ ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ। ତେଲ ପ୍ରକଳ୍ପ ରୂପାୟଣ ହେଲେ ନବରଙ୍ଗପୁର ଜିଲ୍ଲାର ସୁଖାପୀଡିତ ଚନ୍ଦାହାଣ୍ଡି ଅଞ୍ଚଳ ଉପକୃତ ହେବା ସହ ଏବଂ କୋଲାବ ମିଡିଲ ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାରେ ଜଳସେଚନ ବ୍ୟବସ୍ଥା ଉନ୍ନତ ହୋଇ କୃଷିରେ ଅଭିବୃଦ୍ଧି ହେବ ବୋଲି ସେ କହିଛନ୍ତି।ଏହା ସହ ସାଂସଦ ଗୃହମନ୍ତ୍ରୀଙ୍କୁ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପରିଦର୍ଶନ ପାଇଁ ନିମନ୍ତ୍ରଣ ମଧ୍ୟ ଦେଇଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ହେଲେ ଏହି ଅଞ୍ଚଳର ବିକାଶରେ ନୂଆ ଗତି ଆସିବ ବୋଲି ସାଂସଦ ଆଶା ପ୍ରକାଶ କରିଛନ୍ତି।