ମାଓବାଦୀ ନିଖିଳ ଓ ଇନ୍ଦୁ ଙ୍କ ସହିତ 15 ମାଓବାଦୀ ଙ୍କୁ ଆତ୍ମସମର୍ପଣ

ମାଓବାଦୀ ନିଖିଳ ଓ ଇନ୍ଦୁ ଙ୍କ ସହିତ 15 ମାଓବାଦୀ ଙ୍କୁ ଆତ୍ମସମର୍ପଣ

ମାଓବାଦୀ ନିଖିଳ ଓ ଇନ୍ଦୁ ଙ୍କ ସହିତ 15 ମାଓବାଦୀ ଙ୍କୁ ଆତ୍ମସମର୍ପଣ

ରାୟଗଡ- ଓଡିଶା ପୋଲିସ ପାଖରେ ଆତ୍ମ ସମ୍ପର୍ପଣ କରିଛନ୍ତି 15 ଜଣ ମାଓବାଦୀ ! ସେମାନଙ୍କ ମଧ୍ୟରୁ ବାସଧାରା ଘୁମୁସର ନାଗାବଳି ଡିଭିଜନ ର ଦୁଇ ହାଡକୋର ମାଓବାଦୀ ନିଖିଳ ଓ ଇନ୍ଦୁ ଆତ୍ମ ସମ୍ପର୍ପଣ କରିଛନ୍ତି । ଏହି ଦୁଇ ମାଓ ଦମ୍ପତିଙ୍କ ସହ ଅନ୍ଯ 13ଜଣ ମଧ୍ଯ ଆତ୍ମସମର୍ପଣ କରିଛନ୍ତି। ଏନେଇ ଆଜି ଏଡିଜି ସଂଜୀବ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଦୁଇ ଜଣ ମାଓ ଦମ୍ପତି ନିଖିଲ ଓ ଇନ୍ଦୁଙ୍କ ମୁଣ୍ଡ ଉପରେ ଏକ କୋଟି ଦଶ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରହିଥିଲା ! ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ହିଂସା ଛାଡି ସମାଜର ମୁଖ୍ଯତ୍ସୋତରେ ସାମିଲ ହୋଇଥିବା କହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ନିୟମଗିରି ପାଦଦେଶରେ ରହି ବାଘୁନା ଡିଭିଜନ କୁ ପରିଚାଳନା କରୁଥିଲେ। ତେବେ ଆଗକୁ ଜଳ,ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ କାମ କରିବେ ବୋଲି କହିଛନ୍ତି। ଅନ୍ଯପଟେ ଆଜିଠାରୁ ରାୟଗଡା ଜିଲ୍ଲା ମାଓମୁକ୍ତ ହେଲା ବୋଲି ଏଡିଜି ସଂଜୀବ ପଣ୍ତା ସୂଚନା ଦେଇଛନ୍ତି। ମାଓବାଦୀ ମାନେ ହିଂସାକାଣ୍ଡ ରେ ବ୍ଯବହାର ଅରୁଥିବା 2ଟି ଏକେ47, ଏସଏଲଆର୍ 5ଟି,ଷ୍ଟେନଗନ୍ 1,ଇନସାସ୍1,ରାଇଫଲ 1 ସହ।ଅଫୁଟା ଗୁଳି ପୁଲିସକୁ ହସ୍ତାନ୍ତର କରିଛନ୍ତି। ଏହି ସାମ୍ବାଦିକ ସମ୍ବିଳନୀ ରେ ଅନ୍ଯମାନଙ୍କ ମଧ୍ଯରେ ସିଆର ପିଏଫ ଆଇଜି ଅମିତେନ୍ଦ୍ରନାଥ ସିଂହା, ଦକ୍ଷିଣ ପଶ୍ଚିମ ଡିଆଇଜି କନଭର ବିଶାଳ ସିଂ, ରାୟଗଡା ଏସପି ସ୍ଵାତି ଏସ କୁମାର, କଳାହାଣ୍ଡି ଏସପି ଦେବରାଜ ନାଗାର କୋଣ୍ଡା, କନ୍ଧମାଳ ଏସପି ହରିଶ୍ ବିସି, ରାୟଗଡା ଜ଼ିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ରହିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କୁ ରିପୋର୍ଟ