ମାଁ ନାକିଟିଭବାନୀ ଙ୍କ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ।13ଜା

ମାଁ ନାକିଟିଭବାନୀ ଙ୍କ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ।

ମାଁ ନାକିଟିଭବାନୀ ଙ୍କ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ।

ଗଜପତି,୨୭.୨(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ରେ ଜାଜପୁର ଗ୍ରାମ ଦେବତୀ ମାଁ ନାକିଟିଭବାନୀ ଙ୍କ ଠାକୁରାଣୀ ଯାତ୍ରା ପାଇଁ ଆଜି ପଡ଼ିଲା ଶୁଭ । ଏହି ଅବସରରେ ଆଜି ଗାଁ ର ବଡ଼ ସାହି ରୁ ଗ୍ରାମ ବାସୀ ତାଳ ମୃଦଙ୍ଗ ବାଜା ବାଜଣା ସହ ଗଜା ମୁହାଁ ଧରି ସାହି ପରିକ୍ରମା କରିବା ସହ ବାଇଧର , ତ୍ରିନାଥ ମଣ୍ଡପ, ହନୁମାନ ମନ୍ଦିର ସହ ତୁଳସୀ ଚଉରା ରେ ପୂଜା ଅର୍ଚ୍ଚନା କରି ମାଁ ଙ୍କ ମନ୍ଦିର ରେ ପହଞ୍ଚି ମାଁ ଙ୍କୁ ଶିତଳ ମଣି ବା ହଳଦୀ ପାଣିରେ ସ୍ନାନ କରି ଜାଜପୁର ଗ୍ରାମ ର ବଡ଼ ସାହି ତୁଳସୀ ଚଉରା ଠାରେ ଶୁଭ ଖୁଣ୍ଟି ସ୍ଥାପନ ସ କରାଯାଇଥିଲା। ଗାଁ ଲୋକେ କହିବା ଅନୁସାରେ ଗ୍ରାମର ଅଧୂଷ୍ଠାତ୍ରୀ ଗ୍ରାମଦେବୀ ମା କେଉଁ ପୁରାତନ କାଳରୁ ଯାଜପୁର ଗ୍ରାମର ଉତ୍ତରପୂର୍ବ କୋଣର ଏକ ବିଲପ୍ରାନ୍ତି ମଧ୍ୟରେ ମାଁଙ୍କର ଆସ୍ଥାନ। ପ୍ରତ୍ୟେକ ଗ୍ରାମବାସୀ ବଡ ଭକ୍ତି ସହକାରେ ଏବଂ ନିଷ୍ଠାର ସହିତ ମାଁଙ୍କୁ ମାନି ଆସୁଛନ୍ତି। ପିଢ଼ି ପରେ ପିଢ଼ି ଏମିତି କେତେ ପିଢ଼ି ଚାଲିଗଲାଣି ମାଁଙ୍କର ପ୍ରତ୍ୟକ୍ଷ ଅନୁଭୁତିକୁ ନେଇ। ସାଧାରଣ ଲୋକଙ୍କ ଭଳି ମାଁ ଗ୍ରାମବାସୀଙ୍କ ସହିତ ଚଳପ୍ରଚଳ କରୁଥିବା ଜାଜପୁର ଗ୍ରାମବାସୀଙ୍କ ବିଶ୍ବାସ ରହିଛି। ମାଁ ନାକିଟିଭବାନୀ ଙ୍କ ପ୍ରତି ପାଞ୍ଚ ବର୍ଷ କୁ ଥରେ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ ଗ୍ରାମର ଅସ୍ଥାୟୀ ମଣ୍ଡପରେ ମାଁଙ୍କୁ ବିଜେ କରି ପ୍ରତି ସଂନ୍ଧ୍ୟାରେ ଗ୍ରାମ ପରିକ୍ରମା କରୁଥିବା ପ୍ରଥା ରହିଛି । ଏହି ସମୟରେ ଗ୍ରାମ ଉତ୍ସବ ମୁଖର ହୋଇଥାଏ । ।

ହଜାର ହଜାର ସଂଖ୍ୟାରେ ଗ୍ରାମବାସୀଙ୍କ ସହିତ ବନ୍ଧୁବାନ୍ଧବ ସହିତ କୁଣିଆ ମୈତ୍ର ଆସି ନିଜନିଜ ମାନସିକ ଇଚ୍ଛା ପୂରଣ କରିଥାନ୍ତି । ବିପଦ ଆପଦରେ ଲୋକ ପରିପାଖରେ ଠିଆ ହୋଇଥାନ୍ତି ମାଁ ବୋଲି ଗ୍ରାମବାସୀମାନେଙ୍କର ବିଶ୍ଵାସ ପ୍ରକାଶ କରିଛନ୍ତି। କହିଛନ୍ତି ମାଁ ଙ୍କ ଠାକୁରାଣୀ ଯାତ୍ରା ଏହି ବର୍ଷ ପୁଣି ଥରେ ହେବ ଏହି ବର୍ଷ ଚୈତ୍ରମାସ, ମାର୍ଚ୍ଚ ୨୩ ରୁ ଏପ୍ରିଲ ୦୧ ତାରିଖ ପର୍ଯ୍ୟନ୍ତ ନଅ ଦିନ ଧରି ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବ।

ଏହି ନଅ ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ଏହି ସମୟରେ ହଜାର ହଜାର ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି ବୋଲି ପୂଜା କମିଟି ସଦସ୍ୟ ମାନେ କହୁଛନ୍ତି।