ମହେନ୍ଦ୍ର ତନୟା ସାହିତ୍ୟ ସଂସଦ ଦ୍ୱାରା ଶାସ୍ତ୍ରୀୟ ଭାଷା ଦିବସ ପାଳିତ।
ଗଜପତି,୧୨.୩(ମନୋଜ ପାଢ଼ୀ):- ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଅନ୍ତର୍ଗତ ମହେନ୍ଦ୍ର ତନୟା ସାହିତ୍ୟ ସଂସଦ ପକ୍ଷରୁ ଶାସ୍ତ୍ରୀୟ ଭାଷା ଦିବସ ସଂସଦର ସଭାପତି ଆଶାଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ସହକାରୀ ପ୍ରାଧ୍ୟାପିକା ଡ଼ଃ ଚାରୁବାଳା ନାଏକ ଯୋଗ ଦେଇଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଡ଼ଃ କଲ୍ୟାଣୀ ମିଶ୍ର, ରାଜ୍ୟ ସଂପାଦକ ରାଜେନ୍ଦ୍ର କୁମାର ରଥ ପ୍ରମୁଖ ଯୋଗ ଦେଇ ଓଡ଼ିଆ ଭାଷାର ସୁରକ୍ଷା ବିଷୟରେ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ। ଏହି ପ୍ରରିପେକ୍ଷୀରେ ବିଦ୍ୟାଳୟସ୍ତରରେ ଓଡ଼ିଆ ଭାଷାକୁ ଆଦୃତ କରିବା ପାଇଁ ପ୍ରଥମତଃ ଓଡ଼ିଆ ଶିକ୍ଷକ ନିଯୁକ୍ତି ନିମନ୍ତେ ଗୁରୁତ୍ୱ ଆରୋପ କରିଥିଲେ। ଏଥି ସହିତ ମୋବାଇଲର ବହୁଳ ବ୍ୟବହାର ଦ୍ୱାରା ଓଡିଆ ଲେଖିବା ଓ ପଢ଼ିବା ହ୍ରାସ ପାଉଥିବାରୁ ଅତିଥି ଗଣ ଉଦବେଗ ପ୍ରକାଶ କରିଥିଲେ।ସରକାରୀ ସ୍ତରରେ ଓଡ଼ିଆ ଭାଷାରେ ସମସ୍ତ ଚିଠି ପତ୍ର ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ରହିଥିଲେ ମଧ୍ୟ କେତେକ ଇଂରାଜୀ ଶବ୍ଦର ସଠିକ୍ ଅନୁବାଦ ଜାଣିବା ଓ ଲେଖିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଥିବା ଆଲୋଚନାରେ ସ୍ଥାନ ପାଇଥିଲା। ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଥିଲେ ମଧ୍ୟ ତାର ସୁରକ୍ଷା ଦିଗରେ ଧ୍ୟାନ ନଦେବା ଦୁଃଖର ବିଷୟ। ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଭାଷା ପ୍ରତି ଯୁବ ପିଢୀକୁ ବହୁଳ ମାତ୍ରାରେ ଉତ୍ସାହିତ କରିବା ଦରକାର। ଏହି କାର୍ଯ୍ୟକ୍ରମରେ ଗୌରହରି କରସୁଧା ପଟ୍ଟନାୟକ, ବବିତା ପୁରୋହିତ, ସ୍ନିଗ୍ଧା ମିଶ୍ର, ସୁଜାତା ନନ୍ଦ, ମନୋଜ କୁମାର ପଣ୍ଡା, ସରୋଜ କୁମାର ପଣ୍ଡା, ମନୋଜ କୁମାର ପଟ୍ଟନାୟକ, ମିନା କୁମାରୀ ଟହଲ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନ କରିଥିଲେ।
